Fri. Jul 3rd, 2026

ଅସ୍ତ୍ରୋପଚାର ବେଳର ଫଟୋ ଭାଇରାଲ୍‌

448 Views

ଫୁଲବାଣୀ : ଅପରେସନ୍ ରୁମ୍‌ରେ ଅସ୍ତ୍ରୋପଚାର ଚାଲିଥିବା ବେଳେ, ତା’ର ଫଟୋ ଉଠାଇ ସୋଶାଲ୍ ମିଡିଆରେ ଭାଇରାଲ୍ କରାଯାଇଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ।

ସୂଚନା ଅନୁଯାୟୀ, ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଜଣେ ମହିଳାଙ୍କ ବନ୍ଧ୍ୟାକରଣ ଅପରେସନ୍‌ ହେଉଥିଲା। ଏହି ସମୟରେ କେହି ଫଟୋ ଉଠାଇ, ତାହାକୁ ସୋଶାଲ୍‌ ମଡିଆରେ ପୋଷ୍ଟ୍ କରିଥିଲେ। ପରେ ତାହା ଭାଇରାଲ୍ ହୋଇଥିଲା।

ଅପରେସନ ରୁମ୍‌କୁ ମୋବାଇଲ୍ କିମ୍ବା କ୍ୟାମେରା ନେବା ନିଷିଦ୍ଧ ଥିବା ବେଳେ ଏହି ଫଟୋ କିଏ ଉଠାଇଲା ଏବଂ ସୋଶାଲ୍ ମିଡିଆରେ କାହିଁକି ଛାଡ଼ିଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ନେଇ ସିଡିଏମ୍ଓଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ।

ଅନ୍ୟପକ୍ଷରେ ବାଲିଗୁଡା ଏସ୍‌ଡିଏମ୍‌ଓ ଉମାଶଙ୍କର ତ୍ରିପାଠୀ ଏହି ଘଟଣାକୁ ନେଇ ନିନ୍ଦା କରିଛନ୍ତି। ଏହି ଘଟଣା ନେଇ ନୋଡାଲ୍ ଅଫିସର କିମ୍ବା ଏଡିଏମ୍ଓ କହିପାରିବେ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ମାଲାକାନଗିରି ଡାକ୍ତରଖାନା ଓ କଟକ ବଡ଼ ଡାକ୍ତରଖାନାର କିଛି କର୍ମଚାରୀ ଡାକ୍ତରଖାନାରେ ଡ୍ୟୁଟି ସମୟରେ ଟିକ୍‌ଟକ୍‌ ଭିଡିଓ ଛାଡ଼ି ବିବାଦୀୟ ହୋଇପଡ଼ିଥିଲେ।

By amfnews

Related Post