Thu. Jun 11th, 2026

ଜର୍ମାନୀର ଚାନ୍ସେଲର ଆଞ୍ଜେଲା ମାର୍କେଲଙ୍କ ସହ କଶ୍ମୀର ପ୍ରସଙ୍ଗରେ କଥା ହେଲେ ଇମ୍ରାନ ଖାନ

230 Views

ନୂଆଦିଲ୍ଲୀ  : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜର୍ମାନୀର ଚାନ୍ସେଲର ଆଞ୍ଜେଲା ମାର୍କେଲଙ୍କ ସହ କଶ୍ମୀର ପ୍ରସଙ୍ଗରେ ଆଜି ଟେଲିଫୋନ ଯୋଗେ କଥା ହୋଇଥିବା ଜଣାଯାଇଛି । ଏହି କଥାବାର୍ତ୍ତାରେ ଇମ୍ରାନ ଖାନ କହିଛନ୍ତି ଯେ,ଭାରତ ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିବା ପରେ ଏହାର ପ୍ରଭାବ ପାକିସ୍ତାନ ଉପରେ ପଡିଛି । ଏହା ଫଳରେ ପାକିସ୍ତାନରେ ଶାନ୍ତି କ୍ଷୂର୍ଣ୍ଣ ହୋଇଛି । ଅନ୍ତରାଷ୍ଟ୍ରୀୟ ସମୁଦାୟ ଏହା ଉପରେ ନଜର ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହାକୁ ଜର୍ମାନୀକୁ ଗୁରୁତର ସହ ନେବାକୁ ଆଞ୍ଜେଲା ମାର୍କେଲଙ୍କୁ ଇମ୍ରାନ ଖାନ ନିବେଦନ କରିଥିବା କୁହାଯାଉଛି।ଏ ସଂପର୍କରେ ପାକ୍ ବୈଦେଶିକ ବିଭାଗ ପକ୍ଷରୁ ବି ସୂଚନା ମିଳିଛି ।

ଅପରପକ୍ଷରେ ଜର୍ମାନୀର ଚାନ୍ସେଲର ଆଞ୍ଜେଲା ମାର୍କେଲ କହିଛନ୍ତି ଯେ ସେ ଇମ୍ରାନ୍ ଖାନଙ୍କ ସହ କଶ୍ମୀର ପ୍ରସଙ୍ଗରେ କଥା ହେବା ପରେ ଏହାର ସବୁ ଦିଗଉପରେ ନଜର ରଖିଛନ୍ତି ଏବଂ ବିଚାରବିମର୍ଶ କରୁଛନ୍ତି। ସେ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ଚାହାଁନ୍ତି ବୋଲି ଆଞ୍ଜେଲା ମାର୍କେଲ କହିଛନ୍ତି।

Image result for angela merkel chancellor of germany

କୌଣସି ଦେଶ ଇମ୍ରାନଙ୍କୁ ସମର୍ଥନ ଦେଉନଥିବା ହେତୁ ଅବଶେଷରେ ପାକିସ୍ତାନ ଜର୍ମାନୀର ଶରଣ ପଶିଛି ବୋଲି ଚର୍ଚ୍ଚା ହେଉଛି ।

By amfnews

Related Post