Thu. May 16th, 2024

ଛାତ୍ରଛାତ୍ରୀଙ୍କୁ ପାର୍ଟ ଟାଇମ କାମ ଦେବ ଲଖନଉ ବିଶ୍ୱବିଦ୍ୟାଳୟ, କର୍ମଯୋଗୀ ‘ଯୋଜନା’ ଶୁଭାରମ୍ଭ

By amfnews Jan 6, 2021 #Featured
207 Views

ଲଖନଉ, ଜାନୁଆରୀ ୦୬ : ଉତ୍ତର ପ୍ରଦେଶର ଲଖନଉ ବିଶ୍ୱବିଦ୍ୟାଳୟ ‘କର୍ମଯୋଗୀ ଯୋଜନା’ର ଶୁଭାରମ୍ଭ କରିଛି । ଏହି ଯୋଜନା ଅନୁସାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାର୍ଟ ଟାଇମ ଆଧାରରେ କାମ ପାଇବେ । ବିଶ୍ୱବିଦ୍ୟାଳୟରେ ପଢୁଥିବା ସମୟରେ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ କାମ ଯୋଗାଇ ଦିଆଯିବ । ଲଖନଉ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଲୋକ କୁମାର ରାୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କର୍ମଯୋଗୀ ଯୋଜନା ମାଧ୍ୟମରେ ଜଣେ ଛାତ୍ର ବର୍ଷକୁ ୧୫ ହଜାର ଟଙ୍କା ରୋଜଗାର କରିପାରିବ । ଏଥି ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଭିତ୍ତିଭୂମି ପ୍ରସ୍ତୁତ କରୁଛି । 

କୁଳପତି ଶ୍ରୀ ରାୟ କହିଛନ୍ତି ଯେ, କର୍ମଯୋଗୀ ଯୋଜନାରେ ଜଣେ ଛାତ୍ରଙ୍କୁ ଦିନକୁ ୨ ଘଣ୍ଟା କାମ କରିବାକୁ ସୁଯୋଗ ମିଳିବ । ସେହିପରି ବର୍ଷକୁ ୫୦ ଦିନ କାମ ଦିଆଯାଇପାରିବ । ଘଣ୍ଟାପି ଛା ୧୫୦ ଟଙ୍କା ମିଳିବ । ଏହି ଆଧାରରେ ଜଣେ ଛାତ୍ର ବର୍ଷକୁ ବିଶ୍ୱବିଦ୍ୟାଳୟରୁ ୧୫ ହଜାର ଟଙ୍କା ପାଇପାରିବ । ଶ୍ରୀ ରାୟ କହିଛନ୍ତି ଯେ, ଏହି ଯୋଜନା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ । 

By amfnews

Related Post