Mon. Jul 27th, 2026

ଓଡ଼ିଶାରେ ଦେଶର ପ୍ରଥମ ଫାୟାର ପାର୍କ ଉଦଘାଟିତ

335 Views

ଭୁବନେଶ୍ୱର, ଜାନୁଆରୀ ୬ : ଦେଶର ସର୍ବ ପ୍ରଥମ ଫାୟାର ପାର୍କ ଓଡ଼ିଶାରେ ଉଦଘାଟିତ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏହି ଫାୟାର ପାର୍କ ପୁରା ଦେଶ ପାଇଁ ଏକ ଉଦାହରଣ ହୋଇଛି।

ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଫାୟାର ଷ୍ଟେସନ୍‌ରେ ଏହି ପାର୍କକୁ ଭିଡିଓ କନଫରେନ୍ସିଙ୍ଗ୍ ଜରିଆରେ ଉଦଘାଟିତ କରାଯାଇଛି । ଘରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ନିଆଁ ଲାଗିଲେ କେମିତି ସରଳ ଓ ସହଜ ଉପାୟରେ ନିଆଁକୁ ଆୟତ କରାଯାଇ ପାରିବ ସେ ବିଷୟରେ ଲୋକମାନଙ୍କୁ ଡେମୋ ଦେଖାଇ ସଚେତନ କରାଯିବା ଏହି ପାର୍କର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।

ତେବେ ଏହି ପାର୍କ ସବୁ ଶନିବାର ୨ ଘଣ୍ଟା  ସାଧାରଣ ଲୋକଙ୍କ ପାଇଁ ଖୋଲା ରଖାଯିବ । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ଏହି ଫାୟାର ପାର୍କରେ ପ୍ରବେଶ କରିବାର ସୁଯୋଗ ମିଳିବ । ଏହି ପାର୍କର ଉଦଘାଟନୀ ଅବସରରେ ଦେଶର ପ୍ରଥମ ଫାୟାର ପାର୍କ ରାଜ୍ୟ ତଥା ଦେଶ ବାସୀଙ୍‌କୁ ଅଗ୍ନିକାଣ୍ଡରୁ କିଭଳି ଦୂରେଇ ରହିହେବ ସେ ବିଷୟରେ ସଚେତନ କରାଇବା ସହିତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାର ସାହାସ ମଧ୍ୟ ଯୋଗାଇବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

By amfnews

Related Post