Fri. Jul 3rd, 2026

ଛଟ୍ ପୂଜା ବେଳେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନକୁ ବିଧାୟକଙ୍କ ଅନୁରୋଧ

197 Views

ରାଉରକେଲା, ୧୪ା୧୧ : ଦେଓଗାଁ ଠାରୁ ପାନପୋଷ ଜାତୀୟ ରାଜପଥରେ ବର୍ଦ୍ଧିତ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଉତ୍ତର ଭାରତର ମହାନ ପର୍ବ ଛଟ୍ ପୂଜା ଆଗାମୀ ୧୩ ତାରିଖ ସନ୍ଧ୍ୟା ଓ ୧୪ ତାରିଖ ପ୍ରତ୍ୟୁଷରେ ପାଳନ ହେବାକୁ ଥିବାରୁ ଟ୍ରାଫିକ୍ ନିୟନ୍ତ୍ରଣ ମାଧ୍ୟମରେ ପୂଜାକୁ ସୁରୁଖୁରୁରେ ପାଳନ ଉଦ୍ଦେଶ୍ୟରେ ବିଧାୟକ ଦିଲୀପ ରାୟ ବିଭିନ୍ନ ଘାଟକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଏସ୍ପି ଡ.ଉମାଶଙ୍କର ଦାଶଙ୍କୁ ଫୋନଯୋଗେ କଥା ହେବା ପରେ ତାଙ୍କ ନିର୍ଦ୍ଦେଶରେ ଏକ ପ୍ରତିନିଧି ମଣ୍ଡଳୀରେ ହରିହର ରାଉତରାୟ, ରମେଶ ବଳ, ରଣଜିତ ନାୟକ, ଇରସାଦ ଖାଁ, ରସିଦ ଅସଲମ, ରଞ୍ଜନ ସାହୁ, ଦେବଦତ୍ତ ପ୍ରସାଦ, ସବିତା ଖାତୁନ, ଶଙ୍କର ସାହୁ ପ୍ରମୁଖ ଅତିରିକ୍ତ ଏସ୍ପି ସୁରେଶ କୁମାର ପାଠୀ, ଛଟ୍ ଘାଟ ତଦାରଖ ଦାୟିତ୍ୱରେ ଥିବା ପି.କେ. ମହାପାତ୍ର ତଥା ଟ୍ରାଫିକ୍ ଦାୟିତ୍ୱରେ ଥିବା ଡିଏସ୍ପି ଏମ୍.ପି. କାରୁଆଙ୍କ ସହ ଆଲୋଚନା କରି ଦିନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଓ ସକାଳ ୪ଟାରୁ ୮ଟା ପର୍ଯ୍ୟନ୍ତ ୧୪୩ ନମ୍ବର ଜାତୀୟ ରାଜପଥକୁ ପୂଜା ଅଞ୍ଚଳକୁ ସିଲ୍ କରି ଭାରୀଯାନ ଚଳାଚଳକୁ ରୋକ୍ ଲଗାଇବାକୁ ଅନୁରୋଧ କରିଥିଲେ । ବିଭିନ୍ନ ଘାଟରେ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗରକୁ ନିୟୋଜନ କରି ଛଟ୍ପର୍ବକୁ ଦୁର୍ଘଟଣାମୁକ୍ତ କରିବାକୁ ପୁଲିସ୍ ପ୍ରଶାସନକୁ ଅନୁରୋଧ କରାଯାଇଛି ।

By amfnews

Related Post