Wed. May 15th, 2024

ଚନ୍ଦ୍ରଶେଖର ସ୍ପୋର୍ଟସ ଆସୋସିଏସନ ଦ୍ୱାରା ବିରେନ୍ଦ୍ର ଲାକ୍ରା ସମ୍ବର୍ଦ୍ଧିତ

rklsanchar@gmail.com' By J.N. Pradhan Sep 16, 2018 #Featured
295 Views

ରାଉରକେଲା, ୧୬/୯ : ଚନ୍ଦ୍ରଶେଖର ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ବିରେନ୍ଦ୍ର ଲାକ୍ରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଆର୍ଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଶ୍ରୀ ଲାକ୍ରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଶ୍ରୀ ଲାକ୍ରାଙ୍କ କୋଚ୍ ରାଜୁ ସାଇନି ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀ ନାୟକ କହିଲେ, ବିରେନ୍ଦ୍ର ହେଉଛନ୍ତି ଓଡିଶା ମାଟିର ପୁଅ ।

ତେଣୁ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ଉଚିତ୍ । ଏଥିରେ ଶ୍ରୀ ଲାକ୍ରାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ବିଭିନ୍ନ ସଙ୍ଗଠନ ମଧ୍ୟରେ ଚନ୍ଦ୍ରଶେଖର କ୍ରୀଡା ସଙ୍ଗଠନ ଓ କଳିଙ୍ଗ କ୍ରୀଡା ସଙ୍ଗଠନ ତରଫରୁ ଏକ ମୋମେଣ୍ଟୋ  ଓ ଶାଲ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଚନ୍ଦ୍ରଶେଖର କ୍ରୀଡା ସଙ୍ଗଠନ ଓ କଳିଙ୍ଗ କ୍ରୀଡା ସଙ୍ଗଠନ, ସୁନ୍ଦରଗଡ ଉଷୁ ସଙ୍ଗଠନ, ସଫ୍ଟବଲ ସଙ୍ଗଠନ, ଥ୍ରୋ ବଲ୍ ସଙ୍ଗଠନ, ବିଶ୍ରା ଫଳ ମଣ୍ଡି, ଟ୍ରାଫିକ୍ ଗେଟ୍ ବଣିକ ସଂଘ, ଉମିଦ ଫେଡେରେସନ, ଫୋର୍ଥ ହାବିଲ୍ଦାର ସିପାହି ସଂଘ, ସେକ୍ଟର-୧୪ର ୱାଇଟିସି କ୍ଲବ୍, ଜିମ୍ ଖାନା, ରାଉରକେଲା ଚାମ୍ବର ଅଫ୍ କମର୍ସ ଓ ନବଭାରତ ପରିବାର ସମେତ ଅନ୍ୟାନ୍ୟ କ୍ରୀଡାପ୍ରେମୀ ସଙ୍ଗଠନମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ଲାକ୍ରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Related Post