Wed. May 15th, 2024

ଆର୍ମିର ୧୮ତମ ପ୍ରତିଷ୍ଠା ଦିବସ

rklsanchar@gmail.com' By J.N. Pradhan Sep 16, 2018 #Featured
213 Views

ରାଉରକେଲା, ୧୬/୯ : କେନ୍ଦ୍ରୀୟ ପରିବେଶ ମନ୍ତ୍ରଣାଳୟ ସ୍ୱୀକୃତିପ୍ରାପ୍ତ ପଶୁକଲ୍ୟାଣ ଟ୍ରଷ୍ଟ ଆର୍ମିର ୧୮ତମ ପ୍ରତିଷ୍ଠା ଦିବସ ଅବସରରେ ଅଧ୍ୟକ୍ଷ ଇଂ.ଅଭୟ ଦାସ ଓ ମ୍ୟାନେଜିଂ ଟ୍ରଷ୍ଟି ଡ.ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସରକାରୀ ଭେଟେନାରୀ ହସ୍ପିଟାଲ ଠାରେ ଆହତ ପଶୁପକ୍ଷୀଙ୍କ ଚିକିତ୍ସା କରାଯାଇଛି । ୱାର-୧ କାର୍ଯ୍ୟକ୍ରମ ଅନ୍ତର୍ଗତ ଏ ଯାବତ ୧୦୦୦ରୁ ଊଦ୍ଧ୍ୱର୍ ପଶୁପକ୍ଷୀଙ୍କ ଚିକିତ୍ସା କରାଯାଇଛି ।

ଶାରିରୀକ ଅସୁସ୍ଥତା କାରଣରୁ ସେବାନିବୃତ୍ତ ହେବା ପରେ ପ୍ରତିଷ୍ଠାତା ସଂଗ୍ରାମ ପରିଡା ଟ୍ରଷ୍ଟି ଆରମ୍ଭ କରିଥିବା କାର୍ଯ୍ୟକ୍ରମକୁ ଟ୍ରଷ୍ଟି ଏବଂ ସଦସ୍ୟମାନେ ଆଗେଇ ନେଇଥିବାରୁ ଶ୍ରୀ ପରିଡା ଆନନ୍ଦ ପ୍ରକାଶ କରିଛନ୍ତି । ଏହି ଅବସରରେ ଇଂ.ଦାସଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବା ସହ ଆଗାମୀ ୬୪ତମ ବନ୍ୟଜୀବ ସପ୍ତାହ ପାଳନର ସାରଣୀ ପ୍ରସ୍ତୁତ କରାଯାଇଥିଲା ।

ଏଥିରେ ୱାର-୨ କାର୍ଯ୍ୟକ୍ରମ ଅନୁସାରେ ବିଭିନ୍ନ ଇକ୍କୋ କ୍ଲବ୍ରେ ସଚେତନତା କାର୍ଯ୍ୟକ୍ରମ କରାଯିବା ପାଇଁ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ବିତ୍ତ ଟ୍ରଷ୍ଟି ପି.ଏନ୍. ଚାଟାର୍ଜୀ ସମସ୍ତ ହିସାବ ତନଖି କରିବା ସହ ଆଗାମୀ କାର୍ଯ୍ୟକ୍ରମ ନିମନ୍ତେ ବଜେଟ୍ ପ୍ରସ୍ତାବ ଆଗତ କରି ପାରିତ କରାଇଥିବା ବେଳେ ଶ୍ରୀ ପରିଡା ସମସ୍ତ ଟ୍ରଷ୍ଟି ଓ ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ ।

Related Post