Wed. May 15th, 2024

କେବଳ ମାସ୍କ ନ ପିନ୍ଧିବାରୁ ଅମାନିଆଙ୍କ ଠାରୁ ଆଦାୟ ହୋଇଛି 5 କୋଟି 24 ଲକ୍ଷ ଫାଇନ : ଡିଜିପି ଅଭୟ

By amfnews Apr 30, 2021 #Featured
128 Views

ଭୁବନେଶ୍ୱର, ଏପ୍ରିଲ 29 : ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ଡିଜିପି ଅଭୟ । କୋଭିଡ କଟକଣାକୁ ଲୋକ ମାନୁ ନାହାଁନ୍ତି ବୋଲି ଅଧିକ ସଂକ୍ରମଣ ବଢୁଛି କହିଲେ ଡିଜିପି । କେବଳ ମାସ୍କ ନ ପିନ୍ଧିବାରୁ ଅମାନିଆଙ୍କ ଠାରୁ ଆଦାୟ ହୋଇଛି 5 କୋଟି 24 ଲକ୍ଷ ଫାଇନ ।

ରାଜ୍ୟରେ କରୋନା ଦ୍ୱିତୀୟ ଲହର ଅଧିକ ଭୟଙ୍କର ହୋଇଛି । କରୋନା କଟକଣାକୁ କିଛି ଲୋକ ମାନୁଛନ୍ତି । ଅନେକ ଲୋକ କଟକଣାକୁ ମାନୁ ନାହାଁନ୍ତି, ତେଣୁ ଅଧିକ ସଂକ୍ରମଣ ବଢୁଛି । ସେମାନଙ୍କୁ କରୋନା କଟକଣା ମାନିବାକୁ ଅନୁରୋଧ କରିଛନ୍ତି ଅଭୟ । ସମସ୍ତେ ମାସ୍କ ପିନ୍ଧନ୍ତୁ । ଏହା ଅତି ଜରୁରୀ । କରୋନା ସଂକ୍ରମଣ ରୋକ ଲଗାଇବାକୁ ମାସ୍କ ଓ ସାମାଜିକ ଦୂରତା ଆବଶ୍ୟକ ।

କେବଳ ମାସ୍କ ନ ପିନ୍ଧିବାରୁ ଅମାନିଆଙ୍କ ଠାରୁ 5 କୋଟି 24 ଲକ୍ଷ ଫାଇନ କଟାଯାଇଛି । ଏହା ସହ ମାସ୍କ ଓ ସାମାଜିକ ଦୂରତା ପାଇଁ 5 କୋଟି 66 ଲକ୍ଷ ଫାଇନ ଆଦାୟ କରାଯାଇଛି । କୋଭିଡ କଟକଣା ଉଲଙ୍ଘନ ପାଇଁ 418 ଗିରଫ କରାଯାଇଛି । 18 ହଜାରରୁ ଅଧିକ ଗାଡି ସିଜ କରାଯାଇଛି । ପସନ୍ଦ ନଥିଲେ ମଧ୍ୟ ଅମାନିଆ ହେଲେ ବାଧ୍ୟ ହୋଇ ଗିରଫ କରିବାକୁ ପଡୁଛି ।

ବର୍ତ୍ତମାନ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ କଟକଣା ରହିଛି । ପୋଲିସ ମଧ୍ୟ ଲୋକଙ୍କୁ ମାସ୍କ ଓ ସାମାଜିକ ଦୂରତା ନେଇ ସଚେତନ କରାଉଛି । ଲୋକେ ନିୟମ ନ ମାନିବାରୁ କେତେକ ସ୍ଥାନରେ ସଂକ୍ରମଣ ବୃଦ୍ଧି ହେତୁ ଏପ୍ରିଲ ମାସରେ 350 ଦୋକାନ ଓ ଇନଷ୍ଟିଟ୍ୟୁଟ ସିଲ କରାଯାଉଛି ।  କଟକଣା ସଠିକ ଭାବରେ ମାନନ୍ତୁ ବୋଲି ଡିଜିପି ଅଭୟ ଅପିଲ କରିଛନ୍ତି ।

By amfnews

Related Post