Thu. May 16th, 2024

କରୋନା ଚେନ ଭାଙ୍ଗିବାକୁ ଅଣ୍ଚା ଭିଡିଛି ବିଏମସି, ଘର ଘର ବୁଲି ଟେଷ୍ଟିଂ କରିବ ମୋବାଇଲ ଭ୍ୟାନ

By amfnews Apr 29, 2021 #Featured
219 Views

ଭୁବନେଶ୍ୱର, ଏପ୍ରିଲ 29 :

ରାଜଧାନୀ ଭୁବନେଶ୍ୱରକୁ ନେଇ ବଢୁଛି କରୋନା ଚିନ୍ତା । ବଢିଚାଲିଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି କରୋନା ଚେନକୁ ଭାଙ୍ଗିବାକୁ ଅଣ୍ଚା ଭିଡିଛି ବିଏମସି । ଘର ଘର ବୁଲି ଟେଷ୍ଟିଂ କରିବ ମୋବାଇଲ ଭ୍ୟାନ । ବୟସ୍କ ଲୋକ ଘରୁ ନ ଆସି ପାରିଲେ ତାଙ୍କ ପାଖକୁ ଯାଇ ଟେଷ୍ଟିଂ ପାଇଁ ଅଣାଯିବ ସ୍ୱାବ।

ଭୁବନେଶ୍ୱରରେ ଘର ଘର ବୁଲି ଟେଷ୍ଟିଂ କରିବ 3ଟି ମୋବାଇଲ ଭ୍ୟାନ । ବର୍ତ୍ତମାନ ବିଏମସି ପକ୍ଷରୁ ଗୋଟିଏ ମୋବାଇଲ ଭ୍ୟାନ ଅଛି । ଆଗାମୀ ଦିନରେ ରାଜଧାନୀର ତିନୋଟି ଜୋନରେ 3ଟି ଭ୍ୟାନ ରହିବ। ବୟସ୍କ ଲୋକ ଘରୁ କେଭିଡ ଟେଷ୍ଟିଂ ପାଇଁ ଆସି ନ ପାରିଲେ ତାଙ୍କ ପାଖରେ ପହଂଚିବ ଏହି ଭ୍ୟାନ। ବର୍ତ୍ତମାନ ଦିନକୁ ପାଖାପାଖି 30 ଟି ଘର କଭର କରୁଛି ମୋବାଇଲ ଭ୍ୟାନ ଭ୍ୟାନ । ଘରେ ଘରେ ବୁଲୁଥିବା RRT ଟିମ ଓ ଲୋକେ ଫୋନ ମାଧ୍ୟମରେ ଖବର ଦେଲା ପରେ ବିଏମସିରେ  ଗୋଟିଏ ଦିନପୂର୍ବରୁ ଲିଷ୍ଟ ହେଉଛି । ସେହି ହିସାବରେ ମୋବାଇଲ ଭ୍ୟାନ ଘର ଘର ବୁଲି ସ୍ୱାବ ସଂଗ୍ରହ କରୁଛି ।

ସେପଟେ ରାପିଡ଼ ରେସପନ୍ସ ଟିମ୍ ସଂଖ୍ୟାମଧ୍ୟ ବଢାଇଛି ବିଏମସି । 67ଟି ୱାର୍ଡ ପାଇଁ 67ଟି RRT ନିୟୋଜିତ । ପୂର୍ବରୁ ଏହି ସଂଖ୍ୟା 39ରେ ସୀମିତ ଥିଲା । ପ୍ରତି ଟିମରେ ଜଣେ ଡାକ୍ତର ଓ ଜଣେ ସ୍ୱାସ୍ଥ୍ୟକର୍ମୀ ସାମିଲ ଅଛନ୍ତି । ଏହି ଟିମ ଗୃହ ସଂଗରୋଧରେ ବା ହୋମ ଆଇସୋଲେସନରେ ଥିବା ସଂକ୍ରମିତଙ୍କ ନିକଟକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱାସ୍ଥ୍ୟଗତ ତଥ୍ୟ ସଂଗ୍ରହ ସହ ପରାମର୍ଶ ଓ ଔଷଧ ବଣ୍ଟନ କରିବେ । ସେହିଭଳି ବିଏମସିର 3ଟି ଜୋନରେ 3ଜଣ ଲେଖାଏଁ ସ୍ୱତନ୍ତ୍ର ମେଡିକାଲ ଅଫିସର ନିଯୁକ୍ତ ହୋଇଛନ୍ତି ।

ଅନଲାଇନରେ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଏମାନେ ସହାୟକ ହେବେ । ଭୁବନେଶ୍ୱରରେ ଗୋଷ୍ଠି ସଂକ୍ରମଣ ହୋଇଥିବା ଜଣାପଡିବା ପରେ ଏନଫୋର୍ସମେଣ୍ଟକୁ ତ୍ୱରାନ୍ୱିତ କରିବା ସହ ପ୍ରତିକାର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି ।

By amfnews

Related Post