Sat. Sep 26th, 2026

କଲିକତା କୋର୍ଟ ଵାରେଣ୍ଟରେ ଦେବାଶିଷ ଗିରଫ

369 Views

କେନ୍ଦୁଝର,ଅକ୍ଟୋବର ୨୬: ବ୍ୟବସାୟୀ ଦେବାଶିଷ ପଟ୍ଟନାୟକ ଓରଫ ହାପିଙ୍କୁ ଆଜି କେନ୍ଦୁଝର ଟାଉନ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ହାପିଙ୍କ ନାମରେ କଲିକତା କୋର୍ଟରେ ଏକ କେସ ରହଛି। ତାଙ୍କ ବିରୋଧରେ ୪୨୦, ୪୦୬, ୧୨୦ବି ଆଇପିସି ଦଫା ଲାଗିଛି। ସେ କୋର୍ଟରେ ହାଜର ହେଉନଥିବାରୁ ତାଙ୍କ ନାମରେ କଲିକତା କୋର୍ଟ ୱାରେଣ୍ଟ ଜାରି କରିଥିଲେ। ସେହି କେସରେ ଟାଉନ ଥାନା ପୁଲିସ ଆଜି ତାଙ୍କୁ କେନ୍ଦୁଝର ନେସ୍କୋ କାର୍ଯ୍ୟାଳୟ ନିକଟରୁ ଗିରଫ କରିଥିଲା।

By amfnews

Related Post