Tue. May 21st, 2024

ଓପିଟିସିଏଲ ଗ୍ରୀଡ ସବଷ୍ଟେସନରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ ପାଇଁ ପହଞ୍ଚିଲା ୧୦ଟି ଦମକଳ ଗାଡି

By amfnews Feb 21, 2021 #Featured
344 Views

ଢେଙ୍କାନାଳ, ଫେବୃଆରୀ ୨୧ : ଆଜି ଢେଙ୍କାନାଳର କଣ୍ଟାବଣିଆର ଓଡିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ୍ ଲିମିଟେଡ୍ (ଓପିଟିସିଏଲ୍) ଗ୍ରୀଡ୍ ସବଷ୍ଟେସନରେ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ୧୦ଟି ଅଗ୍ନିଶମ ବିଭାଗର ଗାଡି ପହଞ୍ଚିଛନ୍ତି ।

ସୂଚନାନୁସାରେ, ଓପିଟିସିଏଲର କିଛି କର୍ମଚାରୀ ପ୍ରାୟ ସକାଳ ସାଢେ ୭ଟା ସମୟରେ ନିଆଁକୁ ଦେଖି ବରିଷ୍ଠ ଅଧିକାରୀମାନଙ୍କୁ ଜଣାଇଥିଲେ।

ଯଦିଓ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ, ସର୍ଟସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବାର ସନ୍ଦେହ କରାଯାଉଛି।

By amfnews

Related Post