Mon. Sep 7th, 2026

ଉଛୁଳିଲା ରାଜୁଆ ନଦୀ ; ୨୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି

314 Views

ଖୋର୍ଦ୍ଧା : ଗତ ରାତିରେ ରାଜୁଆ ନଦୀ  ଜଳସ୍ତର ବୃଦ୍ଧି ପାଇବାରୁ ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ୨୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ବନ୍ୟା ପରିସ୍ଥିତି ଯୋଗୁ ୫ଟି ପଞ୍ଚାୟତର ଶତାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ହୋଇଥିବା ପଞ୍ଚାୟତଗୁଡ଼ିକ ହେଲା ଓରବର ସିଂ, ଡିହଖଳା, ମାନପୁର, ଓରମି ଓ ରାୟପୁର।

ରାତିରେ ହଠାତ୍ ଘରେ ପାଣି ପଶିବା ଯୋଗୁ ଧାନ, ଚାଉଳ ସମେତ ଲୋକଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନଷ୍ଟ ହୋଇଯାଇଛି। ଚାଷ ଜମି ଜଳ ମଗ୍ନ ହୋଇଯାଇଥିବା ବେଳେ ରାସ୍ତା ଉପରେ ପାଣି ଚାଲୁଛି। ଫଳରେ ଉକ୍ତ ଅଞ୍ଚଳଳକୁ ଗମନାଗମନ ପ୍ରଭାବିତ ହୋଇଛି। ଏଥିଯୋଗୁ ଲୋକଙ୍କୁ ନାହିଁ ନଥିବାରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବନ୍ୟା ଜଳ ପ୍ରବେଶ ଯୋଗୁ ଲୋକେ ପାଣି ଘେରରେ ରହିଯାଇଛନ୍ତି।

ସେହିପରି ପୁରୀ ଜିଲ୍ଲାର କଣାସ ବ୍ଲକର କିଛି ଗାଁରେ ବନ୍ୟା ପାଣି ମଧ୍ୟ ପଶିଯାଇଛି। ସୂଚନାଯୋଗ୍ୟ, ହୀରାକୁଦ ଡ୍ୟାମ୍ ଗେଟ୍ ଖୋଲିବା ଦ୍ୱାରା ରାଜୁଆ ନଦୀରେ ଜଳସ୍ତର ହଠାତ ବୃଦ୍ଧି ପାଇଛି।

By amfnews

Related Post