Mon. Sep 7th, 2026

ଅସ୍ୱାଭାବିକ ଆଚରଣ କରୁଛନ୍ତି ଗାଁର ଯୁବତୀ ଓ ମହିଳା

255 Views

ନୂଆପଡ଼ା  : କିଏ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଯାଉଛି ତ ‌ଆଉ କିଏ ଅଜବ ବ୍ୟବହାର ଦେଖାଉଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ସାନଜୋହେଲା ଗାଁରେ ୫ରୁ ୭ଜଣ ଯୁବତୀ ଓ ମହିଳା ଗତ ଦୁଇ ମାସ ହେବ ଏଭଳି  ଆଚରଣ ପ୍ରଦର୍ଶନ କରୁଛନ୍ତି। ଗୁଣି ଗାରେଡି ପ୍ରଭାବରୁ ମହିଳା ଓ ନାବାଳିକାମାନେ ଏଭଳି ଅସ୍ୱାଭାବିକ ବ୍ୟବହାର କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ପୂର୍ବରୁ ସେମାନେ କିନ୍ତୁ ମେଡିକାଲ ଯାଇଥିଲେ ମଧ୍ୟ ଅବସ୍ଥାରେ ପରିବର୍ତ୍ତନ ଆସି ନ ଥିଲା।

ଗ୍ରାମବାସୀ ଏସବୁ କାଣ୍ଡ ନିମନ୍ତେ ଜଣେ ବ୍ୟକ୍ତିଙ୍କୁ ଦାୟୀ କରି କରିଛନ୍ତି। ତାଙ୍କୁ ଗିରଫ କରିବାକୁ ଗତ ଶୁକ୍ରବାର ସେମାନେ ଖଡ଼ିଆଳ ଥାନା ଘେରାଉ କରିଥିଲେ।  ଥାନାରେ ଅଭିଯୋଗ ମଧ୍ୟ  କରିଛନ୍ତି ଗ୍ରାମବାସୀ। ଏହି ଘଟଣାରେ ଖଡ଼ିଆଳ ଥାନାରେ ତିନୋଟି ମାମଲା ରୁଜୁ କରାଯାଇଛି। ଅନ୍ୟପଟେ ଅସ୍ୱାଭାବିକ ବ୍ୟବହାର କରୁଥିବା ମହିଳା ଓ ଯୁବତୀଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ଧବିଶ୍ୱାସକୁ ଗ୍ରହଣ ନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି। ଖଡ଼ିଆଳ ଡାକ୍ତରଖାନା ଇନଚାର୍ଜ ଡାକ୍ତର ଦୀନବନ୍ଧୁ ମହାନନ୍ଦ କହିଛନ୍ତି,ମେଡିକାଲ ସାଇନ୍ସ ତନ୍ତ୍ର ମନ୍ତ୍ରକୁ ବିଶ୍ୱାସ କରେ ନାହିଁ। ଏହା ମାନସିକ ରୋଗ।”

By amfnews

Related Post