Fri. May 22nd, 2026

‘ଇଣ୍ଡିଆ ଟୁଡେ’ ସର୍ଭେ : ନବୀନ ପୁଣି ନଂ ୧

199 Views

ଭୁବନେଶ୍ବର : ପୁଣି ଚମକିଲେ ନବୀନ। ‘ଇଣ୍ଡିଆ ଟୁଡେ’ ପତ୍ରିକା ପକ୍ଷରୁ ନିକଟରେ ‌େହାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ୧ ନଂ ସ୍ଥାନ ହାସଲ କରିଛନ୍ତି।

୨୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ଏହି ସର୍ବେକ୍ଷଣରେ ନିଜ ନିଜ ରାଜ୍ୟରେ ଯେଉଁ ମୁଖ୍ୟମନ୍ତ୍ରୀମାନେ ଲୋକପ୍ରିୟ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫ଜଣଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ୫୯ପ୍ରତିଶତ ଲୋକ ନବୀନ ପୁନର୍ବାର ନିର୍ବାଚିତ ହୁଅନ୍ତୁ ବୋଲି ମତ ଦେଇଛନ୍ତି। ନବୀନଙ୍କ ପଛକୁ ରହିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ୫୩ ପ୍ରତିଶତ ଲୋକ ପୁଣିଥରେ ମମତା ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି କହିଛନ୍ତି। ତୃତୀୟ ସ୍ଥାନରେ ମଣିପୁରର ମୁଖ୍ୟମନ୍ତ୍ରୀ ବିରେନ୍ ସିଂହ ରହିଛନ୍ତି। ତାଙ୍କୁ ୫୨ ପ୍ରତିଶତ ଲୋକ ପସନ୍ଦ କରିଥିବା ବେଳେ ଚତୁର୍ଥରେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ ଅଛନ୍ତି। ତାଙ୍କୁ ୫୧ ପ୍ରତିଶତ ‌ଭୋଟ ମିଳିଛି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ୪୮ ପ୍ରତିଶତ ଭୋଟ ପାଇ ୫ ନଂ ସ୍ଥାନରେ ରହିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହା ମୋତେ ଅଧିକ ନମ୍ର କରିଛି। ଆହୁରି ଅଧିକ ନିଷ୍ଠାର ସହିତ ମୁଁ ଲୋକଙ୍କ ସେବା କରିଚାଲିବି।

By amfnews

Related Post