Fri. Jul 3rd, 2026

ଆହ୍ଲାବାଦର ନାଁ ହେବ ପ୍ରୟାଗରାଜ: ଯୋଗୀ ଆଦିତ୍ୟନାଥ

228 Views

ଲକ୍ଷ୍ନୌ: ଆସନ୍ତା ବର୍ଷ କୁମ୍ଭମେଳା ପୂର୍ବରୁ ଖୁବ୍‌ ଶୀଘ୍ର ଆହ୍ଲାବାଦ ଜିଲ୍ଲା ନାମ ପ୍ରୟାଗରାଜ ହେବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।

ଆହ୍ଲାବାଦ ସର୍କିଟ୍‌ ହାଉସ୍‌ଠାରେ କୁମ୍ଭ ପ୍ରସ୍ତୁତି ସମୀକ୍ଷା ବୈଠକରେ ସାମ୍ବାଦିକମାନଙ୍କୁ ଆଦିତ୍ୟନାଥ କହିଛନ୍ତି, ଆହ୍ଲାବାଦ ଜିଲ୍ଲାର ନାମ ପରିବର୍ତ୍ତନ କରାଇବାକୁ ଆଖଡ଼ା ପରିଷଦ୍‌ ଓ ଅନ୍ୟମାନଙ୍କୁ ପ୍ରସ୍ତାବ ଦିଆଯାଇଛି। ଉତ୍ତର ପ୍ରଦେଶ ରାଜ୍ୟପାଳ ରାମ ନାଏକ ମଧ୍ୟ ଏହି ପ୍ରସ୍ତାବକୁ ସମ୍ମତି ପ୍ରଦାନ କରିଛନ୍ତି।

ଆମେ ମଧ୍ୟ ପ୍ରସ୍ତାବକୁ ସମର୍ଥନ କରୁଛୁ ଏବଂ ଖୁବ୍‌ ଶୀଘ୍ର ଆହ୍ଲାବାଦ ଜିଲ୍ଲାର ନାମ ବଦଳି ପ୍ରୟାଗରାଜ ହେବ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।

ଜିଲ୍ଲାର ନାମ ପରିବର୍ତ୍ତନ କରିବାକୁ ଆସନ୍ତା ବୈଠକରେ କ୍ୟାବିନେଟ୍‌ ମଧ୍ୟ ସମ୍ମତି ପ୍ରଦାନ କରିବ ବୋଲି ରାଜ୍ୟ ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି।
କୁମ୍ଭମେଳାର ପ୍ରାକ୍‌ ପ୍ରସ୍ତୁତି କଥା ମଧ୍ୟ ଯୋଗୀ ଆଦିତ୍ୟନାଥ କହିଛନ୍ତି। ସେ କହିଲେ କି, ଡିସେମ୍ବର ସୁଦ୍ଧା ପଡ଼ିରହିଥିବା କାମ ଏବଂ ପ୍ରକଳ୍ପ ଶେଷ ହେବ।

ଏଥରର କୁମ୍ଭମେଳା ବିଶ୍ୱସ୍ତରରେ ପହଞ୍ଚିବ, କାରଣ ଭାରତରେ ଯେଉଁ ରାଷ୍ଟ୍ରଗୁଡ଼ିକର ଦୂତାବାସ ରହିଛି ସେଠାକାର ପ୍ରତିନିଧି ଦଳ ଏଥିରେ ଭାଗ ନେବେ। ଭାରତର ୬ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାମ କୁମ୍ଭମେଳାକୁ ଦାନ କରିବେ। କେନ୍ଦ୍ର ସରକାର ମଧ୍ୟ ଆମକୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।

By amfnews

Related Post