Tue. Sep 1st, 2026

ଆସନ୍ତାକାଲିଠୁ ଝିପିଝିପି ବର୍ଷା

287 Views

ଭୁବନେଶ୍ୱର :  ଆସନ୍ତା ୨୪ ଘଣ୍ଟା ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ହେଲେ ୨୫ ଓ ୨୬ ତାରିଖ ଦୁଇ ଦିନ କିଛି ଜିଲ୍ଲାରେ ଝିପିଝିପି ବର୍ଷା ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ ଆସନ୍ତାକାଲି ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସାମାନ୍ୟ ଝିପିଝିପି ବର୍ଷା ହୋଇପାରେ। ଆଉ ୨୬ ତାରିଖ ଦିନ ମଧ୍ୟ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ। ହେଲେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ।”

ସେ ଆହୁରି କହିଛନ୍ତି,“ ନୂଆ ବର୍ଷ ଆଡ଼କୁ ତାପମାତ୍ରା ଟିକେ ହ୍ରାସ ପାଇବ। ତେବେ ଆସନ୍ତା ଦୁଇରୁ ତିନି ଦିନ ଯାଏ କୁହୁଡ଼ି ମାତ୍ରା ବଢ଼ିବ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ଘନ କୁହୁଡ଼ି ହେବ।”

By amfnews

Related Post