Sat. May 11th, 2024

ଆସନ୍ତାକାଲିଠୁ ଖୋଲିବ ପ୍ରସିଦ୍ଧ ଆଖଣ୍ଡଳମଣି ମନ୍ଦିର

By amfnews Dec 27, 2020 #Featured
120 Views

ଭୁବନେଶ୍ୱର, ଡିସେମ୍ବର 27 : ଆସନ୍ତାକାଲିଠୁ ଖୋଲିବ ପ୍ରସିଦ୍ଧ ଆଖଣ୍ଡଳମଣି ମନ୍ଦିର  । ରାଜ୍ୟରେ ଧିରେ ଧିରେ କରୋନା ସ୍ଥିତି ସୁଧୁରିବା ପରେ ଆଖଣ୍ଡଳମଣି ମନ୍ଦିର ଖୋଲିବାକୁ ନିଷ୍ପତି ନେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ  । ପ୍ରଥମ ୨ ଦିନ କେବଳ ସେବାୟତଙ୍କ ପରିବାର ଦର୍ଶନ ପାଇଁ ସୁଯୋଗ ପାଇବେ  । କୋଭିଡ କଟକଣା ମଧ୍ୟରେ ଆଖଣ୍ଡଳମଣି ମନ୍ଦିରରେ ଭକ୍ତମାନେ ବାବାଙ୍କୁ ଦର୍ଶନ କରପାରିବେ  ।  

କରୋନା ଲକ ଡାଉନ ପାଇଁ ଦୀର୍ଘ ନଅ ମାସ ହେବ ସମସ୍ତ ଧର୍ମାନୁଷ୍ଠାନରେ ସାଧାରଣ ଦର୍ଶନ ବନ୍ଦ ଥିଲା । ଏବେ ସ୍ଥିତି ସ୍ଵାଭାବିକ ହେବା ପରେ ଧୀରେ ଧୀରେ ସମସ୍ତ ଧର୍ମାନୁଷ୍ଠାନ ଖୋଲାଯାଉଛି  । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଭଳି ଆସନ୍ତାକାଲିଠୁ ଭଦ୍ରକ ଜିଲ୍ଲା ଆଖଣ୍ଡଳମଣି ମନ୍ଦିର ଖୋଲିବ  । ୩୦ ଓ ୩୧ ତାରିଖରେ ଆରଡ଼ି ଅଞ୍ଚଳର ଲୋକମାନଙ୍କୁ ଦର୍ଶନର ସୁଯୋଗ ମିଳିବ । ଜାନୁଆରି ୧ ଓ ୨ ତାରିଖ ଦୁଇ ଦିନ ମନ୍ଦିର ବନ୍ଦ ରହିବ । ଜାନୁଆରୀ ୩ ତାରିଖରୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲିବ ବୋଲି ସୂଚନା ମିଳିଛି  । 

By amfnews

Related Post