Thu. Jun 11th, 2026

ଆମେରିକାର ଶତ୍ରୁ ହେବା ପୂର୍ବରୁ ଆମେରିକାକୁ ସହଯୋଗ କରିଥିଲେ ସୁଲେମାନୀ

188 Views

ନୂଆଦିଲ୍ଲୀ: ଜେନେରାଲ କ୍ବାସିମ ସୁଲେମାନୀଙ୍କୁ ଇରାନ୍‌ର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଖେମିନି ତାଙ୍କ ଉତ୍ତରାଧିକାରୀ ଭାବେ ପ୍ରସ୍ତୁତ କରୁଥିଲେ ବୋଲି ସମସ୍ତେ ବିଶ୍ବାସ କରନ୍ତି। ସୁଲେମାନୀ ଆମେରିକାର ପରମ ଶତ୍ରୁ ଥିଲେ। ଇରାନ୍‌ ସମର୍ଥିତ ସିଆ ମିଲିସିଆ ଇରାକ୍‌ସ୍ଥିତ ଆମେରିକା‌ ଦୂତାବାସରେ ପ୍ର‌ବେଶ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ସୁଲେମାନୀଙ୍କ ହତ୍ୟା ନିର୍ଦ୍ଦେଶ ଦେଇଥିଲେ। ତେବେ ସୁଲେମାନୀ ଆମେରିକାର ଶତ୍ରୁ ହେବା ପୂର୍ବରୁ ସେ ଆମେରିକାକୁ ଏକ ବଡ଼ ସହଯୋଗ କରିଥି‌ଲେ। ଆମେରିକାରେ ୯/୧୧ ଆକ୍ରମଣ ପରେ ଆ‌ଫଗାନିସ୍ତାନରେ ଆମେରିକା ଯେଉଁ ସଫଳତା ପାଇଥିଲା ସେଥିରେ ପ୍ରମୁଖ ଭୂମିକା ନେଇଥିଲେ ସୁଲେମାନୀ।

ଅକ୍ଟୋବର ୨୦୦୧ରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ କେଉଁଠି ଆକ୍ରମଣ କରିବାକୁ ହେବ ସେ ନେଇ ସୁଲେମାନୀଙ୍କ ଦ୍ବାରା ମ୍ୟାପ୍‌ ପ୍ରସ୍ତୁତ କରାଯାଇଥିଲା। ଏହି ମ୍ୟାପ୍‌ ଆଧାରରରେ ଅକ୍ଟୋବର ୭ରେ ତାଲିବାନ ପ୍ରତିଷ୍ଠାନଗୁଡ଼ିକରେ ଆକ୍ରମଣ ଆରମ୍ଭ ହୋଇ ଯାଇଥିଲା। ମାତ୍ର ୩ ବର୍ଷ ମଧ୍ୟରେ ଆମେରିକା ସମର୍ଥିତ ସରକାର ଆଫଗାନିସ୍ତାାନରେ କ୍ଷମତା ଭାର ଗ୍ରହଣ କଲା। ଏହାପରେ ଲାଡେନ୍‌ ଆଫଗାନିସ୍ତାନ ଛାଡ଼ି‌ଦେଇ ପାକିସ୍ତାନରେ ଆଶ୍ରୟ ନେଇଥିଲା। ୨୦୧୧ରେ ଆମେରିକା କମାଣ୍ଡୋମାନେ ଲ‌ାଡେନ୍‌କୁ ନିପାତ କରିଥିଲେ। ତାଲିବାନକୁ ହଟାଇବାରେ ଆମେରିକା ସେନାବାହିନୀକୁ ରାସ୍ତା ଦେଖାଇଥିଲେ ସୁଲେମାନୀ। କିନ୍ତୁ ତାଲିବାନ ଉପରେ ଆକ୍ରମଣ କରିବାର ମାତ୍ର ୩ ମାସ ପରେ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ‌୍ ବୁସ୍‌ ଇରାନ୍‌କୁ ଶତ୍ରୁରାଷ୍ଟ୍ର ଭାବେ ବିବେଚନା କରିଥିଲେ। ଏହାପରେ ସୁଲେମାନୀ ମଧ୍ୟ ଆମେରିକାର ଶତ୍ରୁ ପାଲଟିଲେ। ଗତ ଏପ୍ରିଲ ୨୦୧୯ରେ ଟ୍ରମ୍ପ୍‌ ପ୍ରଶାସନ ଇରାନ୍‌ର ରିଭୋଲ୍ୟୁସନାରି ଗାର୍ଡ ଏବଂ କୁଦ୍‌ସ ବାହିନୀକୁ ଆତଙ୍କବାଦୀ ଗୋଷ୍ଠୀ ଘୋଷଣା କରିଥିଲେ।

By amfnews

Related Post