Thu. May 2nd, 2024

ଆଜି ବନକଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ

rout.subhashree22@gmail.com' By Subhashree Rout May 10, 2018 #Featured
335 Views

ଶ୍ରୀ ଜୀଉଙ୍କ ବନକଲାଗି ନୀତି ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ । ତେଣୁ ଏଥି ନିମନ୍ତେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଅପରାହ୍ନ ୫ଟାରୁ ରାତି ୯ଟା ଯାଏଁ ଭକ୍ତଙ୍କ ପାଇଁ ଶ୍ରୀ ଜୀଉଙ୍କ ଦର୍ଶନ ବନ୍ଦ ରହିବ । ବନକ ଲାଗିର ଅର୍ଥ ବର୍ଣ୍ଣ କରିବା ବା ରଙ୍ଗ କରିବା । ଶ୍ରୀମନ୍ଦିରର ଛତିଶାନିଯୋଗ ସେବାକାରୀଙ୍କ ମଧ୍ୟରୁ ଦତ୍ତ ମହାପାତ୍ର ସେବକମାନେ ଏହି ନୀତି କରିଥାନ୍ତି । ବନକଲାଗି ସମୟରେ ଅନ୍ୟ କୌଣସି ନୀତି ପାଳନ ହୋଇନଥାଏ, ତେଣୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରାଯାଏ ।

Related Post