Fri. Sep 11th, 2026

ଆଗାମୀ ୨୦୧୯ ନିର୍ବାଚନ ଲଢ଼ିବେ ନାହିଁ ସୁଷମା ସ୍ୱରାଜ

338 Views

ନୂଆଦିଲ୍ଲୀ, ୨୧/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ସକ୍ରିୟ ସଦସ୍ୟା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଅାଜି ଏକ ବଡ଼ ଘୋଷଣା କରିଛନ୍ତି। ସେ ସ୍ୱାସ୍ଥ୍ୟଗତ କାରଣ ହେତୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସୂଚନା ଦେଇଛନ୍ତି।

ଆଗାମୀ ୨୦୧୯ ବିଧାନସଭା ନିର୍ବାଚନରେ ସୁଷମା ଲଢ଼ିବେ ନାହିଁ। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁଷମା ଏ ସଂପର୍କରେ ସୂଚନା ଦେଇଛନ୍ତି। ତେବେ ନିର୍ବାଚନ ନଲଢ଼ିବାର କାରଣ ଅନ୍ୟ କିଛି ନୁହେଁ। ସୁଷମା ନିଜ ସ୍ୱାସ୍ଥ୍ୟଗତ କାରଣ ହେତୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ମଧ୍ୟପ୍ରଦେଶର ବିଦିଶା ନିର୍ବାଚନ ମଣ୍ଡଳୀରୁ ସାଂସାଦ ଥିବା ସୁଷମା କହିଛନ୍ତି କି ତାଙ୍କୁ ପ୍ରାର୍ଥୀ କରିବା ନ କରିବାର ଚୂଡ଼ାନ୍ତ ନିଷ୍ପତ୍ତି ଦଳ ନେବ କିନ୍ତୁ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି।

ଉଲ୍ଲେଖଯୋଗ୍ୟ, ସୋମବାର ନିର୍ବାଚନ ପ୍ରଚାର କରିବା ପାଇଁ ଜବଲପୁରରେ ପହଞ୍ଚି ସୁଷମା କହିଥିଲେ କି କଂଗ୍ରେସ ନିଜର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନେଇ ସବୁଠାରୁ ବଡ଼ ଦ୍ୱିଧାରେ ରହିଛି। ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ପ୍ରଥମେ ଧର୍ମନିରପେକ୍ଷ ଓ ପରେ ହିନ୍ଦୁ ନେତା ଭାବେ ଲୋକଙ୍କ ସହ ପରିଚୟ କରାଇଛି। ତା’ପରେ ବି କାମ ହେଲା ନାହିଁ ବୋଲି ରାହୁଲଙ୍କୁ ମାନସରୋବର ପଠାଇବା ଚିନ୍ତା କଲା। ସେ ଶିବ ଭକ୍ତ ବନିଗଲେ ତ ପୁଣି କେତେବେଳେ ପଇତା ପିନ୍ଧା ବ୍ରାହ୍ମଣ ବନିଗଲେ। ଏହା କିନ୍ତୁ କାମ ଦେବ ନାହିଁ।

By amfnews

Related Post