Wed. Jul 29th, 2026
272 Views

ଆମେ ଅମୃତଭଣ୍ଡାକୁ ଉଭୟ ପରିବା ଏବଂ ଫଳ ଆକାରରେ ବ୍ୟବହାର କରିଥାଉ। ସାଧାରଣତଃ ଅମୃତଭଣ୍ଡାରେ ଭିଟାମିନ୍‌,ମିନେରାଲ୍‌ସ ଏବଂ ଅନ୍ୟାନ୍ୟ ଗୁଣ ରହିଥିବା କାରଣରୁ ଏହା ଶରୀରକୁ ଦୁର୍ବଳ ହେବାରୁ ରକ୍ଷା କରିଥାଏ। ଏହା ସହିତ ଶରୀରରକୁ ସୁସ୍ଥ ମଧ୍ୟ ରଖିଥାଏ। ଆସନ୍ତୁ ,ଜାଣିବା ଆଉ କି ଉପକାର କରିଥାଏ ଅମୃତଭଣ୍ଡା।

• ରୋଗ ପ୍ରତିରୋଧକ କ୍ଷମତାରେ ଭରପୁର ଅଟେ ଅମୃତଭଣ୍ଡା: ଅମୃତଭଣ୍ଡା ଜୁସ୍‌ର ସେବନ ମଣିଷ ଶରୀରରେ ରହିଥିବା ରୋଗ-ପ୍ରତିରୋଧକ କ୍ଷମତାକୁ ବଢ଼ାଇଥାଏ।ଏହି କାରଣରୁ ନେଇ ଆମକୁ ବିଭିନ୍ନ ସଂକ୍ରମଣ ଏବଂ ରୋଗ ହେବାଠୁଁ ମୁକ୍ତି ମିଳିଥାଏ।
• ଦରଜ ସମସ୍ୟାରୁ ମୁକ୍ତିି ଦେଇଥାଏ ଅମୃତଭଣ୍ଡାର ସେବନ:- ଋତୁସ୍ରାବ ସମୟରେ ମହିଳାଙ୍କଠାରେ ଦେଖାଯାଉଥିବା ପେଟ ଦରଜ ଜନିତ ସମସ୍ୟା ପାଇଁ ବି ଅମୃତଭଣ୍ଡା ଜୁସ୍‌ର ସେବନ ସବୁଠୁଁ ଭଲ ଉପାୟ ଅଟେ।

• ଶରୀରକୁ ଶକ୍ତ କରିଥାଏ ଅମୃତଭଣ୍ଡା ଜୁସ୍‌ର ସେବନ:- ଏଥିସହିତ ଦୁର୍ବଳ ଶରୀରକୁ ମଜ୍‌ଭୁତ କରିବାରେ ବି ସହାୟକ ହୋଇଥାଏ ଅମୃତଭଣ୍ଡା ଜୁସ୍‌ର ସେବନ।
• କ୍ୟାନ୍‌ସରର ଆଶଙ୍କାକୁ ବି କମ୍‌ କରିଥାଏ:- ଏଥିସହିତ ଅମୃତଭଣ୍ଡା ଜୁସ୍‌ର ସେବନ ବ୍ୟକ୍ତିକୁ କ୍ୟାନ୍‌ସର ଜନିତ ସମସ୍ୟା ଠାରୁ ରକ୍ଷା କରିଥାଏ।

 

By amfnews

Related Post