Thu. Aug 13th, 2026

ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

264 Views

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମହିଳା କଲେଜ ହଷ୍ଟେଲରୁ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। । ରୁକ୍ମଣୀଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।  ରୁକ୍ମଣୀ ମଣ୍ଡଳ ରାଇରଙ୍ଗପୁର କଲେଜରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ । ସୂଚନା ଅନୁସାରେ କାଳୀପୂଜାରେ ଅଧ୍ୟାପିକାଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିଲେ ।ଏନେଇ ସେ ଅକ୍ଟୋବର ୩୦ତାରିଖରେ ଝାରପୋଖରିଆ ଥାନାରେ ଏତଲା ଦେଇଥିଲେ। ମାମଲା ମଧ୍ୟ ରୁଜୁ ହୋଇଥିଲା। ହେଲେ ମାସେ ଯାଏଁ ପୁଲିସ  କୌଣସି ପଦକ୍ଷେପ ନନେବାରୁ ଅଭିଯୁକ୍ତର ଉପଦ୍ରବ ବଢିଥିଲା। ଅଭିଯୁକ୍ତ ଦୁଷ୍କର୍ମ ବେଳର ଫଟୋ ଭାଇରାଲ କରିବା ସହ ହତ୍ୟା ଧମକ ଦେଲା ।

ଝାରପୋଖରିଆ ପୁଲିସ କାର୍ଯ୍ୟନୁଷ୍ଠାନରେ ଅବହେଳା କରିବା କାରଣରୁ  ଆଜି ମୟୂରଭଞ୍ଜ ଏସପି ଝାରପୋଖରିଆ ଆଇଆଇସିଙ୍କୁ ଏସପି ଅଫିସକୁ ବଦଳି  ଓ ମାମଲାର ତଦନ୍ତକାରୀ ଅଧିକାରୀ ପ୍ରଶାନ୍ତ ସ୍ୱାଇଁଙ୍କୁ ନିଲମ୍ୱିତ କରିଛନ୍ତି । ମୃତ ଅଧ୍ୟାପିକାଙ୍କ ପରିବାର ଲୋକ ଏହାକୁ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି । ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ କଟକରୁ ଗିରଫ କରିଥିବା ସୂଚନା ମିଳିଛି ।

By amfnews

Related Post