Sat. Jul 4th, 2026

୯୧ତମ ଜୟନ୍ତୀରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଓ୍ଵାନୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

168 Views

ନୂଆଦିଲ୍ଲୀ, ନଭେମ୍ବର ୮: ଗୁରୁବାର ଦିନ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଓ୍ଵାନୀଙ୍କ ୯୧ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଟୁଇଟର୍‌ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଏହି ବର୍ଷିୟାନ୍‌ ନେତାଙ୍କୁ ନିସ୍ୱାର୍ଥ ଏବଂ ପରିଶ୍ରମୀ କହି ପ୍ରଶଂସା କରି କହିଛନ୍ତି କି, ଦେଶର ରାଜନୀତିରେ ତାଙ୍କ ପ୍ରଭାବ ଅମାପ। ପ୍ରଧାନମନ୍ତ୍ରୀ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି।

୧୯୨୭ ମସିହା ନଭେମ୍ବର ୮ ତାରିଖରେ ଜନ୍ମିତ ଲାଲକୃଷ୍ଣ ଆଡ଼ଓ୍ଵାନୀ ହେଉଛନ୍ତି ଭାତରୀୟ ଜନତା ପାର୍ଟିର ଅନ୍ୟତମ ସହ-ସଂସ୍ଥାପକ ଏବଂ ବରିଷ୍ଠ ନେତା। ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଅଧୀନରେ ୨୦୦୨ ରୁ ୨୦୦୪ ଯାଏଁ ସେ ଉପମୁଖ୍ୟମନ୍ତ୍ରୀ ଥିଲେ। ୧୯୯୮ ରୁ ୨୦୦୪ ଯାଏଁ ସେ ଥିଲେ ଗୃହମନ୍ତ୍ରୀ। ୨୦୧୫ରେ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା।ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି, ଦେଶର ବିକାଶରେ ଆଡ଼ଓ୍ଵାନୀଙ୍କ ଅବଦାନ ବିଶାଳ।

By amfnews

Related Post