Sat. Aug 22nd, 2026

ଭୋଜିରେ ସାଙ୍ଗର କଟୁରି ଚୋଟରେ ଯୁବକଙ୍କ ମୃତ୍ୟୁ, ଅଭିଯୁକ୍ତର ଆତ୍ମସମର୍ପଣ

215 Views

ଅନୁଗୁଳ, ନଭେମ୍ବର ୮: ଦୀପାବଳିରେ ସାଙ୍ଗମାନଙ୍କ ସହିତ ମିଶି ଭୋଜି କରୁଥିବାବେଳେ କୌଣସି କାରଣରୁ ସେହି ଭୋଜିରେ ପାଟିତୁଣ୍ଡ ହୋଇଥିିଲା। ଏହି ଗଣ୍ଡଗୋଳକୁ କେନ୍ଦ୍ର କରି ଜଣେ ସାଙ୍ଗ ତାର ଅନ୍ୟ ଜଣେ ସାଙ୍ଗକୁ ହାଣି ହତ୍ୟା କରିଛି। ଖବର ପାଇ ପୁଲିସ ଏ ନେଇ ଏକ ମୋକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଯୁବକ ଜଣକ ଜରପଡ଼ା ଥାନାରେ ଆତ୍ମସମର୍ପଣ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଜେରଙ୍ଗ ଦେହୁରି ସାହିର କେଶବ ସାହୁଙ୍କ ପୁଅ ଲିପୁ ସାହୁ (୧୮ ବର୍ଷ) ଗତକାଲି ସନ୍ଧ୍ୟାରେ ତାଙ୍କ ଅନ୍ୟ ସାଙ୍ଗମାନଙ୍କ ସହିତ ମିଶି ଭୋଜି କରୁଥିଲେ। ତେବେ ଭୋଜିରେ କୌଣସି କାରଣରୁ ଲିପୁଙ୍କର ଶ୍ରୀକାନ୍ତ ବେହେରାଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଶ୍ରୀକାନ୍ତ ଏକ କଟୁରୀରେ ଲିପୁଙ୍କୁ ୩ ଚୋଟ ପକାଇ ଥିଲେ।

ଫଳରେ ଲିପୁ ସେଠାରେ ପଡ଼ିଯାଇ ସଜ୍ଞାହୀନ ହୋଇପଡ଼ିଥିଲେ। ଖବର ପାଇ ପରିବାର ଲୋକେ ସଙ୍ଗେସଙ୍ଗେ ରକ୍ତ ଜୁଡ଼ୁବୁଡ଼ୁ ଲିପୁଙ୍କୁ ଧରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣୁଥିବା ବେଳ ବାଟରେ ଲିପୁଙ୍କର ମୃତ୍ୟୁ ଘଟିଥିଲା। ତେବେ ଲିପୁ ମୃତ୍ୟୁବରଣ କରିଥିବା ଖବର ପାଇ ଅଭିଯୁକ୍ତ ଶ୍ରୀକାନ୍ତ ଜରପଡ଼ା ଥାନକୁ ଯାଇ ଆତ୍ମସମର୍ପଣ କରିଛନ୍ତି।

By amfnews

Related Post