Fri. May 29th, 2026
145 Views

ରଣପୁର : ରଣପୁର ବ୍ଲକ୍‌ ଅନ୍ତର୍ଗତ ଚାନ୍ଦପୁର ଥାନା ଅଧୀନ ନାକିଠଣା ବିଟ୍ ନିକଟରେ ଆଜି ଦିନ ଦ୍ବିପ୍ରହରରେ ଜଣେ ଘରୋଇ ଫାଇନାନ୍ସ କମ୍ପାନୀର ଏଜେଣ୍ଟ୍‌ଙ୍କଠାରୁ ୮ ହଜାର ଟଙ୍କା ଦୁର୍ବୃତ୍ତମାନେ ଝାମ୍ପି ନେଇଥିବା ଜଣାଯାଇଛି। ଅଭିଯୋଗ ମୁତାବକ ଭାରତ ଫାଇନାନ୍ସ କମ୍ପାନୀର ଏଜେଣ୍ଟ ପ୍ରମୋଦ କୁମାର ପାତ୍ର ଓ ଗାୟତ୍ରୀ ବିଶ୍ବାଳ ଗୋପାଳପୁରରୁ ଟଙ୍କା ଆଦାୟ କରି ଚାନ୍ଦପୁର ଅଭିମୁଖେ ଫେରୁଥିବା ବେଳେ ବାଟରେ ନାକିଠଣା ବିଟ୍ ନିକଟର ପୂର୍ବରୁ ୩ ଟି କଳା ପଲସର୍‌ରେ ପଛରୁ ଅନୁସରଣ କରିଆସୁଥିବା ୯ ଜଣ ଲୁଟେରା, ଏଜେଣ୍ଟ ଦ୍ବୟଙ୍କ ବାଇକ୍‌କୁ ଗୋଇଠା ମାରି ୮ ହଜାର ଟଙ୍କା ଝାମ୍ପି ନେଇଥିଲେ।

ଅପରପକ୍ଷେ ଅଂଚଳରେ ବହୁ ଘରୋଇ ଫାଇନାନ୍ସ କମ୍ପାନୀ ଅର୍ଥ କରଜ ଲଗାଇ ଚଢ଼ା ହାରରେ ସପ୍ତାହକୁ ସପ୍ତାହ ସୁଧ ଆଦାୟ କରି ଚାଲିଛନ୍ତି। ଏମାନଙ୍କ ଏଜେଣ୍ଟ୍‌କୁ ଲକ୍ଷ୍ୟ ରଖି ଲୁଟେରାମାନେ ରାସ୍ତା ଘାଟରେ ଆତଙ୍କରାଜ ଚଳାଇଛନ୍ତି। ଆଖି ପିଛୁଳାକେ ଦିନ ଦ୍ବିପ୍ରହରେ ଲୁଟ୍‌ କରି ଫେରାର୍‌ ହୋଇଯାଉଛନ୍ତି। ଏ ନେଇ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍‌ ଅନୁସନ୍ଧାନ ଜାରି ରଖିଛି। ହେଲେ ଅନେକ ସମୟରେ ଏହି ଏଜେଣ୍ଟ୍‌ମାନେ ମିଥ୍ୟା ଅଭିଯୋଗ କରି ଲୋକଙ୍କ ଅର୍ଥ ଆତ୍ମସାତ୍ କରିଥାନ୍ତି ବୋଲି ପୁଲିସ ସୂତ୍ରରୁ ଜଣାଯାଇଛି।

By amfnews

Related Post