Fri. Jun 12th, 2026

୮୯୯ ଟଙ୍କାରେ ବିମାନ ଯାତ୍ରା ଟିକେଟ ଦେଉଛି ଗୋ ଏୟାର

224 Views

ନୂଆଦିଲ୍ଲୀ : ବିମାନସେବା ପ୍ରଦାନକାରୀ କମ୍ପାନୀ ଗୋ ଏୟାର ପକ୍ଷରୁ ଗ୍ରାହକଙ୍କ ସୁବିଧା ପାଇଁ ଘରୋଇ ରୁଟରେ ୧ ନିୟୁତ ଟିକେଟ ୮୯୯ଟଙ୍କାରୁ ଆରମ୍ଭ କରାଯାଇଛି । ଏହାଦ୍ୱାରା ଯାତ୍ରୀ ୨୦୧୯ ଜୁନ୍ ୧୫ଠାରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଯାତ୍ରା କରିବାର ସୁଯୋଗ ଲାଭ କରିବେ । ଏଥି ପାଇଁ ୩ ଦିନିଆ ବୁକିଂ ୨୦୧୯ ମେ ୨୭ ସୋମବାରଠାରୁ  ୨୯ ମେ ବୁଧବାର ପର୍ଯ୍ୟନ୍ତ ଉପଲବ୍ଧ ହେବ ।

ଗୋ ଏୟାର ଘରୋଇ କ୍ଷେତ୍ରରେ ଅହମ୍ମଦାବାଦ୍, ବାଗଡୋଗରା, ବେଙ୍ଗାଲୁର୍, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଲୀ, ଗୋଆ, ଗ୍ୱୌହାଟି, ହାଇଦ୍ରାବାଦ୍, ଜୟପୁର, ଜମ୍ମୁ, କୋଚି, କୋଲକତା, କୁନ୍ନୁର, ଲେହ, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ପାଟନା, ପୋର୍ଟ ବ୍ଲେୟାର, ପୁଣେ, ଆଦି ୨୪ଟି ଲକ୍ଷ୍ୟସ୍ଥଳକୁ ଯାତ୍ରା କରିଥାଏ । ସେହିପରି ଅନ୍ତର୍ଜାତୀୟ କ୍ଷେତ୍ରରେ ଫୁକେଟ୍, ମାଲେ, ମୁସକାଟ୍, ଆବୁଧାବି ଆଦି ୪ଟି ଲକ୍ଷ୍ୟସ୍ଥଳକୁ ଯାତ୍ରା କରିଥାଏ । ଏଥିରେ ୨୭୦ ବିମାନ ନିୟୋଜିତ ଥିବାବେଳେ ସପ୍ତାହରେ ୧୯୦୦ଘଂଟାର ଉଡାଣ ହୋଇଥାଏ ।

ଏହାସହିତ ଗୋ ଏୟାର ପକ୍ଷରୁ ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯାଉଛି । ପେଟିଏମରେ ସର୍ବନିମ୍ନ ୨,୪୯୯ଟଙ୍କାର  ଟିକେଟ ବୁକିଂ କରିଥିବା ଗ୍ରାହକଙ୍କୁ ୫୦୦ଟଙ୍କାର କ୍ୟାସ୍ ବ୍ୟାକ୍ ସୁବିଧା ମିଳିବ ।

By amfnews

Related Post