Fri. Aug 14th, 2026

ପୁଲଓ୍ଵାମା ପରି ଏକ ଆତଙ୍କବଦୀ ବିସ୍ପୋରକ ଗାଡି କୁ ଜବତ କାଲେ ଭାରତୀୟ ସେନା

311 Views

ରାଜୌରି: ସୋମବାର ଜମ୍ମୁ-ପୁନ୍‌ଛ ନ୍ୟାସନାଲ୍‌ ହାଇୱେରେ ଏକ ବିସ୍ଫୋରକକୁ ସଫଳତା ସହ ନିଷ୍କ୍ରିୟ କରାଯାଇଛି। ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଅଧିକାରିକ ସୂତ୍ରରୁ ପ୍ରକାଶ, ‘ସୋମବାର ସକାଳେ ସେନାର ଟିମ୍‌ ଗସ୍ତ ସମୟରେ କାଲ୍ଲାର ଗ୍ରାମର ଚିନଗୁସରେ ଏକ ବିସ୍ଫୋରକ ଖଞ୍ଜା ଯାଇ ଥିବା ସୂଚନା ପାଇଥିଲେ। ଏହାପରେ ତୁରନ୍ତ ଏକ ବୋମା ନିଷ୍କ୍ରିୟ ଦଳଙ୍କୁ ଖବର ଦିଆଯାଇଥିଲା। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ଦଳ ସେଠାରେ ପହଞ୍ଚିଥିଲେ।

ବିସ୍ଫୋରକକୁ ନିଷ୍କ୍ରିୟ କରିବା ପାଇଁ କିଛି ସମୟ ପାଇଁ ଟାଫ୍ରିକ୍‌କୁ ରୋକା ଯାଇଥିଲା। ଏହାପରେ ଟ୍ରାଫିକ୍‌କୁ ପୁଣିଥରେ ଖୋଲି ଦିଆଯାଇଥିଲା। କୁହାଯାଉଛି କି ସେନା ଆତଙ୍କବାଦୀଙ୍କ ଏକ ବଡ଼ ଷଡଯନ୍ତ୍ରକୁ ଅସଫଳ କରି ଦେଇଛନ୍ତି। ଗତ ସପ୍ତାହରେ ହିଁ ପୁନ୍‌ଛର ମେଣ୍ଡରରେ ଏଲଓସି ସୀମା ଅତିକ୍ରମ କରି ଏକ ବିସ୍ଫୋରକ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ସାତଜଣ ଯବାନ ଗୁୁରୁତର ହୋଇଥିଲେ। ଫେବ୍ରୁଆରି ୧୪ରେ ଦକ୍ଷିଣ କାଶ୍ମୀରର ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କଶ୍ମୀର ହାଇୱେରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।

By amfnews

Related Post