Fri. Apr 24th, 2026

୪ଟି ଚିନୁକ୍‌ ହେଲିକପ୍ଟର୍‌ ଭାରତୀୟ ବାୟୁସେନାରେ ସାମିଲ

290 Views

ନୂଆଦିଲ୍ଲୀ: ଅତ୍ୟଧିକ ଓଜନ ଉତ୍ତୋଳନ କରିପାରୁଥିବା ୧୫ଟି ଚିନୁକ୍‌ ହେଲିକପ୍ଟର୍‌ରୁ ପ୍ରଥମ ଚାରିଟିକୁ ସୋମବାର ଦିନ ଚଣ୍ଡିଗଡ଼ରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି।

ବାୟୁସେନା ମୁଖ୍ୟ ମାର୍ସାଲ୍‌ ବିଏସ୍‌ ଧନୋଆ ଏହି ହେଲିକପ୍ଟର୍‌ଗୁଡ଼ିକୁ ବାୟୁସେନାରେ ସାମିଲ କରାଯାଇଛନ୍ତି। ସମୁଦ୍ର ପତ୍ତନ ଠାରୁ ବହୁ ଉଚ୍ଚତାରେ ଅବସ୍ଥିତ ସ୍ଥାନଗୁଡ଼ିକରେ ସୈନିକ ଏବଂ ଯନ୍ତ୍ରପାତି ପରିବହନ ନିମନ୍ତେ ବ୍ୟବହାର କରାଯିବ।

୧୫ ଚିନୁକ ହେଲିକପ୍ଟର୍‌ ସକାଶେ ଭାରତ ସେପ୍ଟେମ୍ବର ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକା ସହ ୧. ୫ ବିଲିୟନ୍‌ ଡଲାର୍‌ ରାଜିନାମା ସ୍ୱାକ୍ଷର କରିଥିଲା। ଗତ ମାସରେ ସେଥିରୁ ପ୍ରଥମ ୪ଟ ହେଲିକପ୍ଟର୍‌ ଯୁକ୍ତରାଷ୍ଟ୍ର ଆମେରିକାରୁ ଆସି ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚି ଥିଲା। ସେଠାରୁ ସେସବକୁ ଚଣ୍ଡିଗଡ଼ ନିଆଯାଇଥିଲା।

ଏହି ହେଲିକପ୍ଟର୍‌ ବ୍ୟବହାର କରିବାରେ ଭାରତ ହେଉଛି ବିଶ୍ୱର ୧୯ତମ ଦେଶ। ୨୩, ୦୦୦ କିଲୋଗ୍ରାମ୍‌ ଓଜନ ଉଠାଇ ଏହା ଘଣ୍ଟାପ୍ରତି ସର୍ବାଧିକ ୩୦୨ କିଲୋମିଟର୍‌ ବେଗରେ ଗତି କରିବ। ଏହାଛଡ଼ା ଚିନୁକ ହେଲିକପ୍ଟର୍‌କୁ ସାମରିକ ଅଭିଯାନ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜନ କରାଯାଇ ପାରିବ।

By amfnews

Related Post