Thu. May 14th, 2026

ବିଜେପିକୁ ଫେରିଲେ ପୂର୍ବତନ ସାଂସଦ ତଥା ଉତ୍କଳ ଭାରତର ସଭାପତି ଖାରବେଳ ସ୍ୱାଇଁ, କନ୍ଧମାଳରୁ ଭାଜପା ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିବେ

446 Views

ଭୁବନେଶ୍ୱର: ଉତ୍କଳ ଭାରତର ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଆଜି ବିଧିବଦ୍ଧଭାବେ ଭାରତୀୟ ଜନତାପାର୍ଟିରେ ଯୋଗ ଦେଲେ । ସେ ଏହି ଅବସରରେ କହିଥିଲେ ଯେ ବିଜେଡିକୁ କ୍ଷମତାରୁ ହଟାଇବାଲାଗି ସେ ଭାଜପାରେ ଯୋଗ ଦେଇଛନ୍ତି। ଖାଲି ସେତିକି ନୁହେଁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆକୃଷ୍ଟ ହୋଇ ସେ ଭାଜପାରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି । ସେ ଏହି ଅବସରରେ କନ୍ଧମାଳରୁ ଭାଜପା ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

ଖାରବେଳ ସ୍ୱାଇଁ ଭାରତୀୟ ଜନତା ପାର୍ଟି ଟିକେଟରେ ଦୁଇ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ବିଜେପିର ସଦସ୍ୟତା ଦେଇଛନ୍ତି।

ଏହା ପୂର୍ବରୁ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ଜଳେଶ୍ଵରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ।ଗତକାଲି ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ବିଜେପିରେ ମିଶିଥିଲେ।


ଏହା ପୂର୍ବରୁ ବିଧାୟକ ଡାକ୍ତର ଦାମୋଦର ରାଉତ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ବିଧାୟକ ପ୍ରକାଶ ବେହେରା ମଧ୍ୟ ବିଜେପିରେ ମିଶିଥିଲେ।

By amfnews

Related Post