Fri. May 15th, 2026

୨୦୧୯ରେ ଭାରତକୁ ଆସିବ ରାଫେଲ ଯୁଦ୍ଧବିମାନ

166 Views

ନୂଆଦିଲ୍ଲୀ : ଫ୍ରାନ୍ସର ଅତ୍ୟାଧୁନିକ ରାଫେଲ ଲଢ଼ୁଆ ବିମାନ ଚୁକ୍ତିରେ ଦୁର୍ନୀତି ହୋଇଥିିବା ନେଇ ଦେଶରେ ରାଜନୀତି ସରଗରମ ଥିବା ବେଳେ ରାଫେଲ ଯୁଦ୍ଧବିମାନ ନିମାଣକାରୀ ଡସଲ୍ଟ ଆଭିଏସନ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ନ୍ୟୁଜ୍‌ ଏଜେନ୍ସ ରଏଟର ସୂଚନା ଅନୁଯାୟୀ, ୨୦୧୯ ମସିହାରୁ ଡସଲ୍ଟ ଭାରତକୁ ରାଫେଲ ଯୁଦ୍ଧବିମାନ ଯୋଗାଣ ଆରମ୍ଭ କରିବ ବୋଲି ଡସଲ୍ଟ ଆଭିଏସନର ସିଇଓ ଏରିକ ଟାପିୟର ଓରଲାଣ୍ଡ ଠାରେ ଗତ ସୋମବାର ଏହି ସୂଚନା ଦେଇଛନ୍ତି।

ଫ୍ରାନ୍ସ ସହିତ ଅସ୍ତ୍ରଶସ୍ତ୍ର କିଣିବା ନେଇ ଭାରତ କରିଥିବା ଚୁକ୍ତିରେ ରାଫେଲ ଲଢ଼ୁଆ ବିମାନ ଅନ୍ତର୍ଭୂକ୍ତ। ତେବେ ଏହି ରାଫେଲ ଚୁକ୍ତିରେ ଦୁର୍ନୀତି ହୋଇଥିବା ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାରମ୍ବାର ଅଭିଯୋଗ କରିବା ସହିତ ଏହାକୁ ରାଫେଲ ସ୍କାମ ନାମ ଦେଇ ସମଗ୍ର ଦେଶରେ ପ୍ରଚାର ଚଳାଇଛନ୍ତି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୀଲ ଅମ୍ବାନୀଙ୍କ ରିିଲାଏନ୍ସ କମ୍ପାନିକୁ ଫାଇଦା ଦେଇଥିବା ନେଇ ରାହୁଲ ଗାନ୍ଧୀ ଶ୍ରୀ ମୋଦିଙ୍କୁ ଟାର୍ଗେଟ କରି ପ୍ରଚାର ଚଳାଇଛନ୍ତି। ତେବେ ନିକଟରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଫ୍ରାନ୍ସ ଗସ୍ତ ପରେ ପରେ ଡସଲ୍ଟ ଆଭିଏସନ ଭାରତକୁ ୨୦୧୯ରେ ରାଫେଲ ଯୋଗାଣ ଆରମ୍ଭ କରିବ ବୋଲି ଘୋଷଣା କରିଛି। ସୂଚନାଯୋଗ୍ୟ ଯେ ୨୦୧୬ ମସିହାସେପ୍ଟମ୍ବର ୨୩ ତାରିଖରେ ଭାରତ ଫ୍ରାନ୍ସ ସହିତ ରାଫେଲ ନେଇ ଚୁକ୍ତି କରିଥିଲା।

By amfnews

Related Post