Sun. Jul 26th, 2026

ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ରାଉରକେଲା ଡିଏଭି ସ୍କୁଲ୍ ଚାମ୍ପିଅନ

207 Views

ରାଉରକେଲା, ୧୬ା୧୦  : ଡିଏଭି ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଡିଏଭି କବାଡ଼ି ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ଏଥିରେ ଓଡ଼ିଶାର ୧୪ଟି ଡିଏଭି ସ୍କୁଲର ୨୦ଟି ଦଳ ଅଂଶଗ୍ରହଣ କରିଥିଲେ । ବାଳକ ବିଭାଗରେ ୧୨ଟି ଓ ବାଳିକା ବିଭାଗରେ ୮ଟି ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ୍ରେ ରାଉରକେଲା ଡିଏଭି ବାଳକ ବିଭାଗରେ ଖେଳାଳିମାନେ ବନ୍ଧବାହାଲ ଡିଏଭି ସ୍କୁଲକୁ ୩୯-୨୭ ପଏଣ୍ଟରେ ହରାଇ ଚାମ୍ପିଅନ ହୋଇଛନ୍ତି ।

ସେହିପରି ଡିଏଭି ରାଉରକେଲା ବାଳିକା ବିଭାଗର ଖେଳାଳିମାନେ ଭୁବନେଶ୍ୱର ୟୁନିଟ-୮ ଡିଏଭି ସ୍କୁଲକୁ ୨୭-୧୯ ପଏଣ୍ଟରେ ହରାଇ ଚମ୍ପିଅନ ହୋଇଛନ୍ତି । ରାଜ୍ୟସ୍ତରୀୟ କ୍ରୀଡ଼ାରେ ସ୍କୁଲର ସଫଳତାକୁ ନେଇ ଅଧ୍ୟକ୍ଷ ଏଲ୍ଏନ ପ୍ରଧାନ ବାଳକ ଓ ବାଳିକା ବିଭାଗ ଖେଳାଳିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହି ପ୍ରତିଯୋଗିତାକୁ ରେଫରି ବିଦ୍ୟାଧର ସେଠୀ, ଏସ୍ ବିଶ୍ୱାଳ, ଏସ୍. ପାତ୍ର, ବିକ୍ରମ ପ୍ରଧାନ, ସୁଭନ କୁମାର ଦାସ, ଦୀପକ ଗଡ଼ନାୟକ, ଆଶିଷ ସିନ୍ଦରିଆ, ବଗରଙ୍ଗ ବାଗ, ଏସ୍କେ ପ୍ରଧାନ, ସୋଫିଆ ମିଞ୍ଜ, ନିରଞ୍ଜନ ମଲ୍ଲିକ, ସୁଚିତ୍ରା ଦାସ ପ୍ରମୁଖ ପରିଚାଳନା କରିଥିଲେ । ସ୍କୁଲର କ୍ରୀଡ଼ା ଶିକ୍ଷକ ଅଶୋକ କୁମାର ରାଉତ ଓ ଶିକ୍ଷୟିତ୍ରୀ ମିନତୀ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

By amfnews

Related Post