Wed. Jul 15th, 2026

ହୀରାକୁଦ ବନ୍ଧ : ଅକ୍ଟୋବର ଶେଷ ସପ୍ତାହରୁ ଅତିରିକ୍ତ ସ୍ପିଲ୍‌ ଓ୍ଵ’ ନିର୍ମାଣ

319 Views

ସମ୍ବଲପୁର : ହୀରାକୁଦ ବନ୍ଧର ଅତିରିକ୍ତ ସ୍ପିଲ୍‌ ଓ୍ଵ’ ନିର୍ମାଣ କାର୍ଯ୍ୟ ଅକ୍ଟୋବର ଶେଷ ସପ୍ତାହରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ଏଥିପାଇଁ ଗତ ଅଗଷ୍ଟ ମାସରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ସବୁଜ ସଂକେତ ଦେଇଥିଲା। ଏହା ପୂର୍ବରୁ ଜୁଲାଇ ୨୦ ତାରିଖ ଦିନ ଏହି ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ଓ ଟାଟା ପ୍ରୋଜେକ୍ଟ ମଧ୍ୟରେ ରାଜିନାମା ହୋଇଥିଲା। ରାଜ୍ୟ ସରକାର ଅତିରିକ୍ତ ସ୍ପିଲ୍‌େଓ୍ଵ ନିର୍ମାଣ ପାଇଁ ଏକ ସ୍ୱତନ୍ତ୍ର ସ୍ପିଲ୍‌ଓ୍ଵ ଡିଭିଜନ ଗଠନ କରିଛନ୍ତି। ଉକ୍ତ ଡିଭିଜନ୍‌ର ତତ୍ତ୍ୱାବଧାନରେ ଏହି ୩୬୯.୫୩ କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ହେବ।

ପ୍ରକଳ୍ପ ୩୦ ମାସ ମଧ୍ୟରେ ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି। ଚୁକ୍ତିନାମା ସ୍ୱାକ୍ଷର ହେବା ପରେ ଟାଟାର ବିଶେଷଜ୍ଞମାନେ ହୀରାକୁଦରେ ପହଞ୍ଚି ପ୍ରସ୍ତୁତି କାର୍ଯ୍ୟ ଚଳାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ବନ୍ଧର ବାମ ଡାଇକ୍‌ରେ ନିର୍ମାଣ ହେବାକୁ ଥିବା ସ୍ପିଲ୍‌ ଓ୍ଵ’ରେ ପାଞ୍ଚଟି ଗେଟ୍‌ ରହିବ। ଏହି ସ୍ପିଲ୍‌ଓ୍ଵ ଦେଇ ଅତିରିକ୍ତ ୭ ଲକ୍ଷ କ୍ୟୁସେକ ଜଳ ମହାନଦୀକୁ ଛଡ଼ାଯାଇ ପାରିବ। ବର୍ତ୍ତମାନ ହୀରାକୁଦ ବନ୍ଧରେ ୬୪ଟି ସ୍ଲୁଇସ ଗେଟ୍‌ ଓ ୩୪ଟି କ୍ରେଷ୍ଟ ଗେଟ୍‌ ରହିଛି। ବର୍ତ୍ତମାନ ବନ୍ଧର ସର୍ବୋଚ୍ଚ ଜଳ ନିଷ୍କାସନ କ୍ଷମତା ୧୫ ଲକ୍ଷ କ୍ୟୁସେକ୍‌ ରହିଛି।

By amfnews

Related Post