Mon. Oct 19th, 2026

ଟିଟୋ ଲିଙ୍କ୍‌ ନେଇ ବ୍ୟବସାୟୀଙ୍କ ଘରେ ଚଢ଼ଉ

340 Views

ଭୁବନେଶ୍ୱର  : କିଛି ଦିନର ନିରବତା ପରେ ଟିଟୋ ଲିଙ୍କ୍‌କୁ ପୁଣି କ୍ରାଇମ୍‌ବ୍ରାଞ୍ଚ ସକ୍ରିୟ ହୋଇଛି। ଜଗତସିଂହପୁର ସଦର ଥାନା ମୁକୁନ୍ଦପୁର ଗାଁରେ ଆଜି ପୁଲିସ୍‌ ଚଢ଼ଉ କରିଛି।

ଟିଟୋ ସହିତ ଲିଙ୍କ୍‌ ଥିବା ସନ୍ଦେହରେ ମୁକୁନ୍ଦପୁର ଗାଁର ବ୍ୟବସାୟୀ ଦିପ୍ତୀରଞ୍ଜନ ଦାସଙ୍କ ଘରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ଚଢ଼ଉ କରିଛି।

DSP ରାମଚନ୍ଦ୍ର ଥମ୍ବଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍‌ ଏହି ଚଢ଼ଉ ଅଭିଯାନରେ ସାମିଲ୍‌ ହୋଇଛନ୍ତି। ଦିପ୍ତୀରଞ୍ଜନଙ୍କ ଘରୁ ଗୋଟିଏ ପିସ୍ତଲ୍‌ ସହିତ ୧୨ଟି ଗୁଳି ଓ ୬୪ ହଜାର ଟଙ୍କା ଜବତ ହୋଇଛି। ଏଥିସହ ଏକ ଦାମୀ କାର୍‌ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି।

By amfnews

Related Post