Sat. Jun 13th, 2026

ସ୍ୱାସ୍ଥ୍ୟ ଓ ଆଇନ୍ମନ୍ତ୍ରୀଙ୍କ ମାତୃ ବିୟୋଗରେ ଶୋକ

310 Views

ରାଉରକେଲା: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ୍ମନ୍ତ୍ରୀ ଓ ସେକ୍ଟର-୧ ସାର୍ବଜନୀନ ଦୁର୍ଗାପୂଜା କମିଟିର ଆଜୀବନ ସଦସ୍ୟ ପ୍ରତାପ ଜେନାଙ୍କ ମାତା ସରସ୍ୱତୀ ଜେନାଙ୍କ ବିୟୋଗରେ କମିଟି ସଦସ୍ୟମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସ୍ୱର୍ଗତା ଜେନାଙ୍କ ବିୟୋଗ ଖବର ପାଇ କମିଟି ସଦସ୍ୟମାନେ ଶୋକବାର୍ତ୍ତାରେ କହିଛନ୍ତି ଯେ, ଜନସାଧାରଣ କେବଳ ଜଣେ ଆଦର୍ଶ ମାତାଙ୍କୁ  ହରାଇଲେ ନାହିଁ ବରଂ ଜଣେ ସମାଜସେବୀ, ପରୋପକାରୀ, ବନ୍ଧୁବତ୍ସଳ, ମେଳାପୀ ମହିଳାଙ୍କୁ ହରାଇଲେ । ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ।

ଏଭଳି ଦୁଃଖଦ ସମୟରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିବା ସହ ଈଶ୍ୱର ଅସୀମ ଧୈର୍ଯ୍ୟ ଓ ସାହସ ଯୋଗାଇବା ସହ ଅମର ଆତ୍ମାର ସଦ୍ଗତି ପାଇଁ ଗଣେଶ ପ୍ରଧାନ, ଚନ୍ଦ୍ରମଣି ଜେନା, ପ୍ରହ୍ଲାଦ ନାୟକ, ସୁରେଶ ପ୍ରଧାନ, ବାବୁଲି ନାୟକ, ସୁକାନ୍ତ ମହାପାତ୍ର, ମନୋଜ ପରିଡା, ମନୋଜ ପ୍ରଧାନ, ମୁକ୍ତିକାନ୍ତ ବେହେରା, ଗଣପତି ସାହୁ, କାମା ଦାସ, ଜିତେନ୍ଦ୍ର ସାହୁ, ସୁରେଶ ପଟ୍ଟନାୟକ, ମଧୁ ମହାପାତ୍ର, ବିକାଶ ଚୌଧୁରୀ ପ୍ରମୁଖ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Related Post