Tue. Oct 13th, 2026

ସ୍ୱର୍ଗତ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କ ମର ଶରୀରର ଦାହ ସଂସ୍କାର କରାଯିବା ପରେ ଚିତାଭସ୍ମକୁ ଦିଆଯିବ କବର; ଜାଣନ୍ତୁ କାହିଁକି…

347 Views

ନୂଆଦିଲ୍ଲୀ, ଜାନୁଆରୀ ୩୦ : ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ବର୍ଷିୟାନ୍‌ ରାଜନେତା ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କ ମର ଶରୀରକୁ ଆସନ୍ତା ବୁଧବାର ଦିନ ପ୍ରଥମେ ଦାହ ସଂସ୍କାର କରାଯିବା ପରେ ଚିତାଭସ୍ମକୁ କବର ଦିଆଯିବ ବୋଲି କହିଛନ୍ତି ସାମାଜିକ କର୍ମୀ ତଥା ସମତା ପାର୍ଟିର ପୂର୍ବତନ ଅଧ୍ୟକ୍ଷା ଜୟା ଜେଟଲି କହିଛନ୍ତି।

ଏସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଜୟା କହିଛନ୍ତି, ‘ପ୍ରଥମେ ସେ (ଜର୍ଜ ଫର୍ଣ୍ଣାଣ୍ଡିଜ୍‌) ଇଚ୍ଛା ପ୍ରକଟ କରିଥିଲେ ଯେ ମୁତ୍ୟୁ ପରେ ତାଙ୍କ ମର ଶରୀରର ଦାହ ସଂସ୍କାର କରାଯାଉ ବୋଲି। ହେଲେ, ତାଙ୍କ ଜୀବନର ଶେଷ ଆଡ଼କୁ ସେ ନିଜର ଇଚ୍ଛା ପ୍ରକଟ କରି ତାଙ୍କ ମର ଶରୀରକୁ କବର ଦେବା ପାଇଁ କହିଥିଲେ। ସେଥିପାଇଁ ପ୍ରଥମେ ସ୍ୱର୍ଗତ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କ ମର ଶରୀରର ପ୍ରଥମେ ଦାହ ସଂସ୍କାର କରାଯିବା ପରେ ତାଙ୍କର ଚିତାଭସ୍ମକୁ କବର ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଫଳରେ ସ୍ୱର୍ଗତ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କ ଦୁଇଟି ଯାକ ଶେଷ ଇଚ୍ଛା ପୂରଣ ହୋଇପାରିବ’। ଆମେରିକାରେ ରହୁଥିବା ସ୍ୱର୍ଗତ ଫର୍ଣ୍ଣାଣ୍ଡିଜ୍‌ଙ୍କ ଜ୍ୟେଷ୍ଠ ପୁତ୍ର ଆସନ୍ତା କାଲି (ବୁଧବାର) ଆସି ଭାରତରେ ପହଞ୍ଚିବା ପରେ ତାଙ୍କର ଶେଷକୃତ୍ୟ ଆୟୋଜନ କରାଯିବ ବୋଲି କହିଛନ୍ତି ଜୟା।

By amfnews

Related Post