Tue. Sep 1st, 2026

୧ରୁ ପୁରୀରେ ବିଜେପିର ତିନି ଦିିନିଆ ଆଦିବାସୀ ମୋର୍ଚ୍ଚାର ମହାଧିବେଶନ, ଯୋଗଦେବେ ଆସାମ-ଅରୁଣାଚଳ ମୁଖ୍ୟମନ୍ତ୍ରୀ

296 Views

ଭୁବନେଶ୍ୱର/ପୁରୀ, ଜାନୁଆରୀ ୩୦ : ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ଆଦିବାସୀ ମୋର୍ଚ୍ଚାର ମହାଧିବେଶନ ଆଗାମୀ ଫେବ୍ରୁଆରି ୧ରୁ ଆରମ୍ଭ ହେବ। ତିନି ଦିନିଆ ଏହି ସମାବେଶରେ ଆସାମ ଓ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମେତ ତ୍ରିପୁରାର ଉପ-ମୁଖ୍ୟମନ୍ତ୍ରୀ ଯୋଗଦେବେ। ଗୋଟିଏ ଦିନ ପରେ ବିଶାଳ ଆୟୋଜନ ହେଉଥିବାର ଦଳୀୟ କର୍ମୀଙ୍କ ମଧ୍ୟରେ ପ୍ରସ୍ତୁତି ନେଇ ତତ୍ପରତା ପ୍ରକାଶ ପାଇଛି।

ସବାବେଶର ଉଦ୍‌ଯାପନୀ ଦିବସରେ ବଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଗଦେବେ ବୋଲି ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ରାମ ବିଚାର ନେତାମ ସୂଚନା ଦେଇଛନ୍ତି।

ଶାହ ଆଗାମୀ ଫେବ୍ରୁଆରି ୩ରେ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ ବୋଲି ଓଡ଼ିଶା ପୂର୍ବରୁ ବିଜେପି ପ୍ରଭାରୀ ଅରୁଣ ସିଂହ ରବିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶାରେ ବିଜେପିର ମିଶନ ୧୨୦ ସଫଳ ହେବ ବୋଲି ବିଜେପିର ବରିଷ୍ଠ ନେତା ସିଂହ କହିଛନ୍ତି। ଅରୁଣ ସିଂହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ନେଇ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ରାହୁଲ ଗାନ୍ଧୀ ମିଛୁଆ ଦଳର ସିଇଓ। ତାଙ୍କର ଗସ୍ତ ବିଜେପି ଉପରେ କିଛି ପ୍ରଭାବ ପଡ଼ିବ ନାହିଁ।

By amfnews

Related Post