Mon. Sep 28th, 2026

ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ୩ ଦଫା ଦାବି ନେଇ ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ

257 Views

ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଆଜି ୩ ଦଫା ଦାବି ନେଇ ଓଡ଼ିଶାର ସବୁ ଜିଲ୍ଲା ମୁଖ୍ୟାଳୟରେ ବିଜେପି ମହିଳା ମୋର୍ଚ୍ଚା ପ୍ରତିବାଦ କରୁଥିବା ଜଣାଯାଇଛି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ, ଯାଜପୁର ଏସ୍ ପି ଓ ମହିଳା କମିସନ ଅଧ୍ୟକ୍ଷାଙ୍କ ବହିଷ୍କାର ସହ ସ୍ମିତାରାଣୀ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରାଯାଇଛି।

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ଅଭିଯୋଗ କରିଛନ୍ତି ଯେ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଶାସକ ଦଳ ଚାପରେ ଘଟଣାକୁ ଚପେଇ ଦେବା ପାଇଁ ଅପଚେଷ୍ଟା କରାଯାଉଛି । ମହିଳା କମିସନ ଅଧ୍ୟକ୍ଷା ତଦନ୍ତ ନକରି ମାମଲା ସରିଗଲାଣି ବୋଲି କହି ସମଗ୍ର ମହିଳା ସମାଜକୁ ନିନ୍ଦିତ କରିଛନ୍ତି ବୋଲି ସେ କହିଛନ୍ତି।

Image result for bjp mahila morcha odisha

ସୂଚନାଯୋଗ୍ୟ, ଏ ନେଇ ବିଜେପି ପକ୍ଷରୁ ଯାଜପୁର ଜିଲ୍ଲାର ବିଭିନ୍ନ ଥାନାରେ ଏସ୍ ପିଙ୍କ ନାଁରେ ଏତଲା ଦିଆଯାଇଛି । ଏହା ସହିତ ଥାନା ମଧ୍ୟ ଘେରାଉ କରାଯାଇଛି ।

By amfnews

Related Post