Mon. Sep 28th, 2026

ଅବପାତର ରୂପ ନେଲା ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟ ଲଘୁଚାପ

248 Views

ଭୁବନେଶ୍ବର: ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହା ଅବପାତର ରୂପ ଧାରଣ କରିଛି । ଏହା ପାରାଦୀପଠାରୁ ପ୍ରାୟ ୯୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଜଣାଯାଇଛି । ଏହା ଆଗାମୀ୧୨ ଘଣ୍ଟାରେ ଗଭୀର ଅବପାତ ରୂପ ନେବା ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି | ୨୪ ଘଣ୍ଟାରେ ଏହି ଅବପାତ ବାତ୍ୟାର ରୂପ ନେବ ବୋଲି କୁହାଯାଉଛି|

ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ବାତ୍ୟା ମୁହାଁଇବ ବୋଲି ବି ଜଣାପଡ଼ିଲାଣି। ଏହି ବାତ୍ୟାର ନାମ ବୁଲବୁଲ ରଖାଯାଇଛି ।ତେବେ ଏହା ଓଡ଼ିଶା କି ପଶ୍ଚିମବଙ୍ଗ କେଉଁଠି ମାଡ଼ ହେବ ତାହା ସ୍ପଷ୍ଟ ହୋଇନାହିଁ। ଆସନ୍ତାକାଲି ସେ ସଂପର୍କରେ ସଠିକ୍ ତଥ୍ୟ ମିଳିବ। କିନ୍ତୁ ଓଡ଼ିଶାର ବିଭିନ୍ନ ବନ୍ଦରରେଏକ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

ଏହାର ପ୍ରଭାବରେ ଆଗାମୀ ୯,୧୦ ଏବଂ ୧୧ ତାରିଖରେ ଲଗାତାର ତିନି ଦିନ ଧରି ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବା ସୂଚନା ମିଳିଛି। ତେବେ ଏହି ବତ୍ୟା ଫନି ଭଳି ଭୟାନକ ହେବ ନାହିଁ ବୋଲି କୁହାଯାଇଛି।

By amfnews

Related Post