Thu. Aug 13th, 2026
162 Views

କାମାକ୍ଷାନଗର : ସାମାନ୍ୟ ବଚସାରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗର ପଙ୍ଗାତିରା ଗାଁରେ। ମୃତ ମହିଳାଙ୍କ ନାଁ ମିତା ସାହୁ। ତାଙ୍କ ସ୍ୱାମୀଙ୍କ ନାଁ ଲଳିତ ସାହୁ ।

ସୂଚନା ଅନୁଯାୟୀ, ଦୁଇ ବର୍ଷ ତଳେ ମିତା ନିଜ ଗାଁର ଲଳିତଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ କିଛି ଦିନ ହେବ କୌଣସି କଥାକୁ ନେଇ ଝଗଡ଼ା ହେଉଥିଲା। ଗତକାଲି ମିତାଙ୍କ ବାପା  ମହାବିରୋଡ଼ ଥାନାରେ ଲଳିତଙ୍କ ନାଁରେ ଅଭିଯୋଗ କରିଥିଲେ। ଲଳିତ ଏହା ଜାଣିବା ପରେ ରାଗିଯାଇଥିଲେ। ଏହି କଥାକୁ ନେଇ ଗତକାଲି ରାତିରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଲଳିତ ଉତ୍‌କ୍ଷିପ୍ତ ହୋଇ ଟାଙ୍ଗିଆରେ ନିଜ ସ୍ତ୍ରୀକୁ ହାଣି ଦେଇ ଫେରାର ହୋଇଯାଇଥିଲେ। ମହାବିରୋଡ଼ ଫାଣ୍ଡି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

By amfnews

Related Post