Sat. May 16th, 2026

ସିମରନ୍‌ ମୃତ୍ୟୁ ମାମଲା ଯୁଗଙ୍କୁ ୫ ଦିନିଆ ରିମାଣ୍ଡକୁ ମଞ୍ଜୁରି

378 Views

ସମ୍ବଲପୁର/ଝାରସୁଗୁଡ଼ା: ବହୁଚର୍ଚ୍ଚିତ ସେଲଫି ବେବୋ ସିମରନ ସିଂ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଯୁଗ୍‌ ସୁନାକୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ବୁର୍ଲା ପୁଲିସ୍‌ କରିଥିବା ଆବେଦନକୁ ଝାରସୁଗୁଡ଼ା ଏଡିଜେଏମ୍‌ କୋର୍ଟରେ ମଞ୍ଜୁରି ମିଳିଛି। ସରକାରୀ ଓକିଲ ସତପାଲ ସିଂଙ୍କ ସୂଚନା ମୁତାବକ, ବୁର୍ଲା ପୁଲିସର ଆବେଦନକ୍ରମେ ୨୫ରୁ ୨୯ ତାରିଖ ଯାଏଁ ୟୁଗ୍‌କୁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। ତେବେ ବୁର୍ଲା ଥାନା ଅଧିକାରୀ ମାନସ ରଞ୍ଜନ ପ୍ରଧାନଙ୍କୁ ଏନେଇ ପଚାରିବାରେ ଯୁଗ୍‌ର ରିମାଣ୍ଡ ପ୍ରସଙ୍ଗକୁ ସେ ଅଗ୍ରାହ୍ୟ କରିଥିଲେ।
ଉଲ୍ଲେଖଯୋଗ୍ୟ, ଗତ ୩ ତାରିଖରେ ସମ୍ବଲପୁର ମହାନଦୀ ବ୍ରିଜ ତଳ ଗୋହିରାଟିକ୍ରା ଅଞ୍ଚଳରୁ ସିମରନଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିବା ପରେ ତାଙ୍କ ସ୍ବାମୀ ଯୁଗ ଓ ଯୁଗଙ୍କ କାକା ରୁକୁ ସୁନାଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଥିଲା।

By amfnews

Related Post