Thu. Jul 2nd, 2026

ସିଂହଦ୍ୱାର ସାମ୍ନାରେ ସାଧୁଙ୍କୁ ତଣ୍ଟିଆ ମାରିଲେ ପୁଲିସ୍‌ ବାବୁ

316 Views

ପୁରୀ :  ଡିଜିପି ବିଜୟ କୁମାର ଶର୍ମା ପୁଲିସ୍ କର୍ମଚାରୀଙ୍କ ଆଚରଣ କିପରି ଭଲ ହେବ, ସେ ଉପରେ ଗୁରୁତ୍ୱ ଦେଉଥିବା ବେଳେ ପୁରୀରେ ଜଣେ ସାଧୁଙ୍କ ପ୍ରତି ଜଣେ ପୁଲିସ୍ ଅଧିକାରୀଙ୍କ ବ୍ୟବହାର ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଏହି ପୁଲିସ୍ ଅଧିକାରୀ ଜଣଙ୍କ ବିଚ୍ ରାସ୍ତା ଉପରେ ଜଣେ ସାଧୁଙ୍କୁ ତଣ୍ଟିଆ ମାରି ଥାନାକୁ ନେଇ ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଆଉ ଏହାର ଏକ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏଥିରେ ସିଂହଦ୍ୱାର ସମ୍ମୁଖରେ ଗେରୁଆ ବସ୍ତ୍ର ପିନ୍ଧିଥିବା ଜଣେ ସାଧୁଙ୍କୁ ଉକ୍ତ ଅଧିକାରୀ ଜଣଙ୍କ ଧକ୍କା ମାରୁଥିବା ଦେଖିବାକୁ ମିଳିଛି।

ଦ୍ୱାର ସମ୍ମୁଖରେ ଥିବା ମଙ୍ଗୁ ମଠର ମହନ୍ତଙ୍କୁ ଭେଟିବାକୁ ଯାଉଥିଲେ। ଏହି ସମୟରେ ସେ ଉକ୍ତ ପୁଲିସ୍‌ ବାବୁଙ୍କ ନଜରରେ ପଡ଼ି ଯାଇଥିଲେ। ମହନ୍ତଙ୍କୁ ସେ ଭେଟି ପାରିବେ ନାହିଁ ବୋଲି ପୁଲିସ୍ ବାବୁ ଜଣଙ୍କ କହିଥିଲେ। ମାତ୍ର ସାଧୁ ଜଣକ ମହନ୍ତଙ୍କୁ ଭେଟିବାକୁ ଜିଦ୍ କରିଥିଲେ। ଏହା ପରେ ପୁଲିସ୍‌ ବାବୁଙ୍କ ରାଗ ମୁଣ୍ଡକୁ ଚଢ଼ି ଯାଇଥିଲା। ସେ ସାଧୁଙ୍କୁ ଧକ୍କା ଦେଇ ବେକକୁ ଧରି ଠେଲି ଠେଲି ସେଠାରୁ ଥାନାକୁ ନେଇ ଯାଇଥିଲେ। ତାଙ୍କୁ ସିଂହଦ୍ୱାର ଫାଣ୍ଡିରେ ଅଟକ ରଖା ଯାଇଥିବା ଜଣାପଡ଼ିଛି ।

By amfnews

Related Post