Fri. Oct 2nd, 2026

ବଜାରରେ ମିଳୁଛି ପ୍ଲାଷ୍ଟିକ୍ ଅଟା !

274 Views

ଭଦ୍ରକ : ପ୍ଲାଷ୍ଟିକ୍‌ ଅଣ୍ଡା ଓ ଚାଉଳ ପରେ ଏବେ ବଜାରରେ ପ୍ଲାଷ୍ଟିକ୍‌ ମିଶ୍ରଣ ଅଟା ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସରସତିଆ ଗାଁରୁ।

ଅଭିଯୋଗ ଅନୁଯାୟୀ, ଗାଁ ଜଣେ ଅବସରପ୍ରାପ୍ତ ଶିକ୍ଷକ ଭାଗୀରଥି ନାୟକ ଚାରି ଦିନ ତଳେ ବଜାରରୁ ଆଶୀର୍ବାଦ ଅଟା କିଣି ଘରକୁ ଆଣିଥିଲେ। ତେବେ ଅଟାରେ ପ୍ଲାଷ୍ଟିକ୍‌ ମିଶୁଥିବା ନେଇ ଖବର ଶୁଣିବା ପରେ ଗତକାଲି ରାତିରେ ସେ ଆଣିଥିବା ଅଟାରେ ପାଣି ମିଶାଇ ଚକଟି ଥିଲୁ। କିନ୍ତୁ ସବୁ ଅଟା ପାଣିରେ ମିଶି ନଥିଲା। ଅଟାରେ ଥିବା ଯେଉଁ ଅଂଶ ପାଣିରେ ମିଶି ନଥିଲା ତାହା ରବର ଭଳି ଟାଣି ହେଉଥିଲା ଓ ସେଥିରୁ ପ୍ଲାଷ୍ଟିକ୍ ଭଳି ଗନ୍ଧ ବାହାରୁ ଥିଲା।

ଏନେଇ ଭାଗୀରଥି ନାୟକ କହିଛନ୍ତି,“ଅଟାରେ ପ୍ଲାଷ୍ଟିକ୍ ମିଶା ଯାଉଥିବା ନେଇ ସୋଶାଲ୍‌ ମିଡିଆ ଓ ଟିଭିରେ ଖବର ଦେଖିଲା ପରେ ସନ୍ଦେହରେ ଆମେ ଘରେ ଥିବା ଆଶୀର୍ବାଦ ଅଟା ଆଣି ଚକୁଟିଥିଲୁ। ଚକଟିବା ପରେ ପ୍ରାୟ ୬୦ ଭାଗ ପାଣିରେ ମିଶିଗଲା। ହେଲେ ଆଉ ଯେଉଁ ୪୦ ଭାଗ  ରହିଲା, ତାହା ପାଣିରେ ମିଶିଲା ନାହିଁ। ଏହାକୁ ଟାଣିଲେ ଟାଣି ହୋଇଯାଉଥିଲା। ତାକୁ ପୋଡ଼ିବାରୁ ଏକ ପ୍ରକାର ଗନ୍ଧ ବାହାରିଥିଲା।”

ସୂଚନାଯୋଗ୍ୟ, ଗତ ୧୪ ତାରିଖ ଦିନ ମାଲକାନଗିରି ସଦର ମହକୁମାର ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଦୋକାନରୁ ଗଙ୍ଗାଧର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ୪ଟି ଅଣ୍ଡା କିଣିଥିଲେ। ହେଲେ ସେ ଘରେ ଆସି ଅଣ୍ଡା ଭାଙ୍ଗିବା ପରେ କେଶର ଉପରେ ପ୍ଲାଷ୍ଟିକ୍‌ ସଦୃଶ ଆବରଣ ଦେଖିଥିଲେ। କେଶରକୁ ହାତରେ ଧରିବା ପରେ ବି ତାହା ଭାଙ୍ଗି ନଥିଲା। ଓଲଟି ତାହା ବଲ୍‌ ଭଳି ହାତରେ ଗଡ଼ିଥିଲା। ସେହିଭଳି ତା’ଉପରେ ଥିବା ଆବରଣକୁ ପୋଡ଼ିବାରୁ ତାହା ପ୍ଲାଷ୍ଟିକ୍ ସଦୃଶ ଗନ୍ଧ ହୋଇଥିଲା।

By amfnews

Related Post