Mon. Jul 27th, 2026
262 Views

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ବିଜେପି ନିର୍ବାଚନୀ ଇସ୍ତାହାରରେ ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କୁ ଭାରତ ରତ୍ନ ଦିଆଯିବ ବୋଲି ଘୋଷଣା କରିଛି। ଏହାକୁ ନେଇ କଂଗ୍ରେସ ଓ ବିଜେପି ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି। ଆଜି ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି ଟୁଇଟ୍ କରି ସାବରକରଙ୍କ ବାବଦରେ ମତ ରଖିଛନ୍ତି।

ସେ କହିଛନ୍ତି ସାବରକର ଜଣେ ସ୍ୱାଧୀନତା ସଂଗ୍ରାମୀ, ଦେଶକୁ ସ୍ୱାଧୀନ କରିବାକୁ ଯାଇ ଅନେକ ଥର ଜେଲ୍ ଯାଇଛନ୍ତି। ଏମିତିକି ଦଳିତଙ୍କ ନ୍ୟାୟ ପାଇଁ ଲଢ଼ିଛନ୍ତି ବୋଲି ସିଙ୍ଘଭି କହିଛନ୍ତି। ତାଙ୍କର ଏହି ବଳିଦାନକୁ ଦେଶବାସୀ ଭୁଲିପାରିବେ ନୁହେଁ। ହେଲେ ସାବରକରଙ୍କ ଚିନ୍ତାଧାରାକୁ ସେ ଗ୍ରହଣ କରିବେ ନାହିଁ ବୋଲି ଏହି ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ କହିଛନ୍ତି।

Abhishek Singhvi

@DrAMSinghvi

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହ ମଧ୍ୟ ସାବରକରଙ୍କୁ ତାଙ୍କ ଦଳ ସମ୍ମାନ କରୁଛି ବୋଲି କହିଥିଲେ। ହେଲେ ତାଙ୍କ ବିଚାରଧାରାକୁ ନେଇ ନୁହେଁ ବୋଲି କହିଥିଲେ।

By amfnews

Related Post