Wed. Sep 30th, 2026
260 Views

ଆହତ ବ୍ୟକ୍ତିମାନେ ହେଉଛନ୍ତି ସମ୍ବାରୀ ବରାଡ଼, ବାବୁଲା ପାଳ ଓ ଶରତ ପଣ୍ଡା। ଏମାନେ ସାମାନ୍ୟ ଆହତ ହୋଇଛନ୍ତି ଏବଂ ଡାକ୍ତରୀ ଚିକିତ୍ସା ଆବଶ୍ୟକ କରି ନାହାନ୍ତି।

ଆଜି ସକାଳେ ଘଡୁଆଳ ଗାଁର ଜନୈକ ବ୍ୟକ୍ତି ଲେମ୍ବୁ ତୋଳିବାକୁ ନିଜ ବାଡ଼ିକୁ ଯାଇ ଦେଖିଲେ କୁଆଡୁ ଗୟଳଟାଏ ଆସି ଶୋଇଛି। ବନ୍ୟଜନ୍ତୁଟିକୁ ବାଡ଼ିରୁ ଘଉଡ଼ାଇବାକୁ ଏବଂ ଅନ୍ୟମାନଙ୍କୁ ଜଣାଇବାକୁ ସେ ବଡ଼ ପାଟିରେ ଚିତ୍କାର କଲେ। ଫଳରେ ଗୟଳ ତରକି ଯାଇ ସେ ଲୋକଟିକୁ ଆକ୍ରମଣ କରିବାକୁ ଧାଇଁ ଆସିଲା। ଭୟଭୀତ ହୋଇ ସେ ଲୋକଟି ଦୌଡ଼ି ପଳାଇ ଗୟଳ ହାବୁଡ଼ରୁ ବର୍ତ୍ତିଗଲା କିନ୍ତୁ, ପଛରେ ଗୋଡ଼ାଇ ଆସୁଥିବା ଗୟଳ ବାଟରେ ଆଉ ତିନି ଜଣଙ୍କୁ ଭୁସି ପକାଇ ଘଟଣାସ୍ଥଳରୁ ପଳାଇଯାଇଥିଲା।

ନୟାଗଡ଼ ରେଞ୍ଜର୍‌ ସୁଶାନ୍ତ ସ୍ୱାଇଁ ଏବଂ ବନକର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନ୍ତର୍ଦ୍ଧାନ ହୋଇ ଯାଇଥିବା ଗୟଳଟିକୁ ଖୋଜାଖୋଜି କରୁଛନ୍ତି।

By amfnews

Related Post