Sat. Oct 17th, 2026

ସରକାରଙ୍କ ବଡ଼ ନିଷ୍ପତ୍ତି; ରଜ ପର୍ଯ୍ୟନ୍ତ ଘୁଞ୍ଚିଲା ସ୍କୁଲ୍‌ , କଲେଜ ଛୁଟି

376 Views

ଭୁବନେଶ୍ୱର : ରାଜ୍ୟରେ କରୋନା ମୁକାବିଲା ରାଜ୍ୟ ସରକାର ଆଜି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ସବୁ ଶିକ୍ଷାନୁଷ୍ଠାନ ଜୁନ୍‌ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା ପାଇଁ ଘୋଷଣା କରାଯାଇଛି। ଏହାସହ ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ଗାଡ଼ିଚଳାଚଳ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଆଜି ସକାଳେ ଭିଡିଓ କନ୍‌ଫରେନ୍ସଂରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ଼ ୫ଜଣ ମନ୍ତ୍ରୀ ଯୋଗ ଦେଇଥିଲେ।।

By amfnews

Related Post