Sat. Oct 3rd, 2026

ଏପ୍ରିଲ୍ ୩୦ ଯାଏଁ ଲକଡାଉନ୍ ଅବଧି ବୃଦ୍ଧି

498 Views

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂରେ ଏହି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ମହାମାରୀ କରୋନାର ମୁକାବିଲା ନେଇ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ରାଜ୍ୟରେ ଏପ୍ରିଲ୍ ୩୦ ଯାଏଁ ଲକଡାଉନ୍ ଅବଧି ବୃଦ୍ଧି କରିବା ନିଷ୍ପତ୍ତି ନିଆଯିବା ସହ ସାରା ଦେଶରେ ଏପ୍ରିଲ୍ ୩୦ ଯାଏଁ ଲକଡାଉନ୍ ଜାରି ରଖିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବାକୁ ନିଷ୍ପତ୍ତି .ହୋଇଛି । ଏଥିସହ ୩୦ ଯାଏ ବିମାନ ଓ ଟ୍ରେନ୍ ଚଳାଚଳ ନ କରିବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ।  ଜୁନ ୧୭ ଯାଏ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ କ୍ୟାବିନେଟ୍ ନିଷ୍ପତ୍ତି କରିଛି।

ମଣିଷ ଜୀବନ ଓ ଅର୍ଥନୀତି ମଧ୍ୟରୁ ରାଜ୍ୟ ସରକାର ମଣିଷ ଜୀବନକୁ ଗୁରୁତ୍ବ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତାହା ଅନୁଯାୟୀ ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିରେ କରୋନା ମୁକାବିଲା ପାଇଁ ଭବିଷ୍ୟତ ରଣନୀତି ନେଇ ପ୍ରସ୍ତାବ, ଜରୁରୀକାଳୀନ ପାଣ୍ଠି ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ, କୋଭିଡ-୧୯ ନିୟମାବଳୀ ୨୦୨୦ରେ ସଂଶୋଧନ ପାଇଁ ପ୍ରସ୍ତାବ, ୧ ଲକ୍ଷ ପରୀକ୍ଷା କିଟ୍ ସଂଗ୍ରହ ପାଇଁ ସ୍ୱାସ୍ଥ୍ୟବିଭାଗର ପ୍ରସ୍ତାବକୁ ମଞ୍ଜୁରୀ, ମହାମାରୀ ଆଇନରେ ଆଇନରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ପାରିତ ହୋଇଛି।

By amfnews

Related Post