Sat. Jul 25th, 2026

ସମୁଦ୍ର ଗର୍ଭରୁ କ୍ଷତିଗ୍ରସ୍ତ ବୁଡ଼ାଜାହଜର ଉଦ୍ଧାର ପାଇଁ ଭାରତୀୟ ନୈସେନାରେ ସାମିଲ ହେଲା ନୂତନ ଯାନ

337 Views

ନୂଆଦିଲ୍ଲୀ: ସମୁଦ୍ରର ଅତଳ ଜଳରାଶି ତଳେ ଅକାମୀ, ଅଚଳ ବା କ୍ଷତିଗ୍ରସ୍ତ ହୋଇ ବୁଡ଼ି ଯାଇଥିବା ବୁଡ଼ାଜାହଜ (ସବ୍‌ମେରିନ୍‌)କୁ ଠାବ କରିବା ସହ ଏହାକୁ ସମୁଦ୍ର ଗର୍ଭରୁ ଉଦ୍ଧାର କରିବା ପାଇଁ ଏକ ଅତ୍ୟାଧୁନିକ ଯାନକୁ ଆଜି ଭାରତୀୟ ନୌସେନାରେ ସାମିଲ କରାଯାଇଛି।

ଏସଂପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଭାରତୀୟ ନୈସେନାର ପ୍ରବକ୍ତା କ୍ୟାପ୍‌ଟେନ୍‌ ଡି କେ ଶର୍ମା କହିଛନ୍ତି ଯେ ସମୁଦ୍ର ମଧ୍ୟରେ କ୍ଷତିଗ୍ରସ୍ତ ବୁଡ଼ାଜାହଜକୁ ଠାବ କରିବା ସହ ଉଦ୍ଧାର କରିବା ପାଇଁ ଏହି ନୂତନ ଯାନକୁ ଭାରତୀୟ ନୈସେନାରେ ସାମିଲ କରାଯିବା ପରେ, ଏହି କ୍ଷମତାର ଅଧିକାରୀ ଥିବା ବିଶ୍ୱର ହାତଗଣତି କେତୋଟି ରାଷ୍ଟ୍ର ସହ ଭାରତ ସମକକ୍ଷ ହୋଇ ଯାଇଛି। ଭାରତ ପୂର୍ବରୁ କେବଳ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍‌ ଓ ଋଷିଆ ଏହି କ୍ଷମତାର ଅଧିକାରୀ ରହିବା ସହ ଏହି ଯାନକୁ ହାସଲ କରିବାରେ ସମର୍ଥ ହୋଇପାରି ଥିଲେ

ଏହି ଅତ୍ୟାଧୁନିକ ଯାନ ସଂପର୍କରେ ସୂଚନା ପ୍ରଦାନ କରି ସୂଚନା ପ୍ରଦାନ କରି ଭାରତୀୟ ନୈସେନାର ପ୍ରବକ୍ତା କ୍ୟାପ୍‌ଟେନ୍‌ ଡି କେ ଶର୍ମା କହିଛନ୍ତି ଯେ ଏହି ଯାନକୁ ବିମାନରେ ପରିବହନ କରି ନିଆଯାଇ ପାରିବ ଏବଂ ଆବଶ୍ୟକ ସ୍ଥାନରେ କାର୍ଯ୍ୟରେ ମୁତୟନ କରାଯାଇ ପାରିବ। ଏହି ଯାନ କେବଳ କେବଳ ସମୁଦ୍ରର ଅତଳ ଜଳରାଶି ତଳେ ଅକାମୀ, ଅଚଳ ବା କ୍ଷତିଗ୍ରସ୍ତ ହୋଇ ବୁଡ଼ି ଯାଇଥିବା ବୁଡ଼ାଜାହଜ (ସବ୍‌ମେରିନ୍‌)କୁ ଠାବ କରିବା ସହ ଏହାକୁ ସମୁଦ୍ର ଗର୍ଭରୁ ଉଦ୍ଧାର କରିବାରେ ସମର୍ଥ ହେବ ନାହିଁ ବରଂ ସମୁଦ୍ରର ଅତଳ ଜଳରାଶି ତଳେ ମଧ୍ୟ ଦକ୍ଷତାର ସହ କେବୁଲ ବିଛାଇ ପାରିବ।

ବର୍ତ୍ତମାନ ପାଇଁ ଏହି ନୂତନ ଯାନକୁ ମୁମ୍ବାଇ ନାଭାଲ ବେସ୍‌ରେ ମୁତୟନ କରାଯିବ। ପରବର୍ତ୍ତୀ ସମୟରେ ଏହିପରି ଆଉ ଏକ ଯାନ ବିଶାଖାପାଟଣା ନାଭାଲ ବେସ୍‌ରେ ମୁତୟନ କରାଯିବା ପାଇଁ ଯୋଜନା ରହିଛି। ଏଥିସହ ଏହି ନୂତନ ଯାନର ମୁତୟନ ପରେ ଭାରତୀୟ ନୌସେନାର ଶକ୍ତି ବହୁଗୁଣିତ ହୋଇଛି ବୋଲି କହିଛନ୍ତି ଭାରତୀୟ ନୈସେନାର ପ୍ରବକ୍ତା କ୍ୟାପ୍‌ଟେନ୍‌ ଡି କେ ଶର୍ମା।

By amfnews

Related Post