Sun. Sep 6th, 2026

ପ୍ରଥମେ ଡେଣା ଓ ପରେ ସଂପୂର୍ଣ୍ଣ ଏଫ୍‌- ୧୬ ଲଢ଼ୁଆ ବିମାନ ନିର୍ମିତ ହେବ ଭାରତରେ; କହିଲା ନିର୍ମାଣକାରୀ କମ୍ପାନି ଲକ୍‌ହିଡ୍‌ ମାର୍ଟିନ୍‌

409 Views

ନୂଆଦିଲ୍ଲୀ: ଆମେରିକୀୟ ଲଢ଼ୁଆ ବିମାନ ଏଫ୍‌- ୧୬ର ଡେଣା ସବୁ ଏଣିକି ଭାରତରେ ନିର୍ମିତ ହେବ। ଏଫ୍‌-୧୬ର ନିର୍ମାଣକାରୀ କମ୍ପାନି ଲକ୍‌ହିଡ୍‌ ମାର୍ଟିନ୍‌ ଘୋଷାଣା କରି କହିଛି ଯେ ଆସନ୍ତା ୩ ବର୍ଷ ମଧ୍ୟରେ କମ୍ପାନି ପକ୍ଷରୁ ଯେତେ ଲଢ଼ୁଆ ଏଫ୍‌- ୧୬ ବିମାନ ନିର୍ମାଣ କରାଯିବ, ସେ ସବୁଥିରେ ଭାରତ ଦ୍ୱାରା ନିର୍ମିତ ଡେଣା ଲାଗିବ।

ଏସଂପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ମାର୍ଟିନ୍‌ ଲକ୍‌ହିଡ୍‌ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଫିଲ୍‌ ସ’ କହିଛନ୍ତି ଯେ ଏଥିନେଇ ଆମେ ଭାରତୀୟ କମ୍ପାନି ଟାଟା ଆଡ୍‌ଭାନ୍ସଡ୍‌ ସିଷ୍ଟମସ୍‌ ଲିମିଟେଡ୍‌ ସହ ଚୁକ୍ତି ସ୍ୱାକ୍ଷର କରିଛୁ। ଚୁକ୍ତି ଅନୁଯାୟୀ ଏଣିକି ଏଫ୍‌- ୧୬ ଯୁଦ୍ଧ ବିମାନର ଡେଣାକୁ ଆମର ଭାରତୀୟ ସହଯୋଗୀ କମ୍ପାନି ଟାଟା ଆଡ୍‌ଭାନ୍ସଡ୍‌ ସିଷ୍ଟମସ୍‌ ଲିମିଟେଡ୍‌ ନିର୍ମାଣ କରିବ। ଟାଟା ଆଡ୍‌ଭାନ୍ସଡ୍‌ ସିଷ୍ଟମସ୍‌ ଲିମିଟେଡ୍‌ ପକ୍ଷରୁ ନିର୍ମିତ ଡେଣାସବୁ ଏଣିକି ସମସ୍ତ ଏଫ୍‌-୧୬ ଲଢ଼ୁଆ ବିମାନରେ ଲଗାଯିବ। ପରବର୍ତ୍ତୀ ସମୟରେ ଯଦି ଭାରତ ସରକାର ଅନୁମତି ପ୍ରଦାନ କରନ୍ତି ତେବେ ସଂପୂର୍ଣ୍ଣ ରୂପେ ଏଫ୍‌- ୧୬ ଲଢ଼ୁଆ ବିମାନକୁ ଭାରତରେ ନିର୍ମାଣ କରାଯିବା ସହ ଏହାକୁ ଭାରତରୁ ବିଦେଶକୁ ରପ୍ତାନି କରିବା ପାଇଁ କମ୍ପାନି ଯୋଜନା ରଖିଥିବା କହିଛନ୍ତି, ମାର୍ଟିନ୍‌ ଲକ୍‌ହିଡ୍‌ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଫିଲ୍‌ ସ’।

By amfnews

Related Post