Sun. Apr 26th, 2026

ସଞ୍ଜୟ ରାଉତ ଚୁପ୍‌ ହେବ ଉଚିତ, ଅଜିତ ପାଓ୍ଵାରଙ୍କ ସମର୍ଥନରେ ୧୭୦ ବିଧାୟକଙ୍କ ସହ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବୁ: ବିଜେପି

193 Views

ମୁମ୍ବାଇ: ଦେବେନ୍ଦ୍ର ଫଡ଼ନବିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କିଛି କ୍ଷଣ ପରେ ବିଜେପି କହିଛି କି, ଶିବ ସେନା ଚୁପ୍‌ ରହିବା ଉଚିତ।
ମହାରାଷ୍ଟ୍ରର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ୍‌ କହିଛନ୍ତି, ଏବେ ଅନ୍ତତଃ ଶିବ ସେନା ନେତା ସଞ୍ଜୟ ରାଉତ ଚୁପ୍‌ ରହିବା ଉଚିତ। ସେ ଶିବ ସେନାକୁ ଉଜାଡ଼ି ଦେଇଛନ୍ତି।

ବିଜେପିର ପ୍ରମୁଖ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଗତ ଦୁଇ ସପ୍ତାହ ହେବ ବିଜେପିକୁ ଖୁବ୍‌ ସମାଲୋଚନା କରିବା ସହ ଫଡ଼ନବିସ ଜଣେ କ୍ଷମତାବିକଳିଆ ବୋଲି ବ୍ୟକ୍ତିଗତ ଆକ୍ଷେପ କରିଥିଲେ।

ଶିବ ସେନାକୁ ସମାଲୋଚନା କରି ଚନ୍ଦ୍ରକାନ୍ତ ପାଟିଲ୍‌ କହିଛନ୍ତି: ନିର୍ବାଚନ ପୂର୍ବ ବିଜେପି ଓ ଶିବ ସେନା ମେଣ୍ଟକୁ ମିଳିଥିବା ଜନାଦେଶକୁ ଦଳ ଦଗା ଦେଇଛି।ସେ କହିଛନ୍ତି: ଲୋକେ ବିଜେପି-ଶିବ ସନୋ ମେଣ୍ଟକୁ ଭୋଟ୍‌ ଦେଲେ ଓ ଆମେ ୧୬୧ ଜଣ ବିଧାୟକ ପାଇଲୁ, କିନ୍ତୁ ଶିବ ସେନା ଜନାଦେଶକୁ ଧୋକା ଦେଇଛି। ପ୍ରଥମ ସାମ୍ବାଦିକ ସମ୍ମିଳନୀ ସମୟରୁ ସେମାନେ ବିକଳ୍ପ ବିଷୟରେ କଥାବାର୍ତ୍ତା ଚଳାଇଥିଲେ।

ବିଜେପି ନେତା ଗିରିଶ ମହାଜନ କହିଛନ୍ତି ଯେ ମହାରାଷ୍ଟ୍ର ବିଧାନସଭାରେ ୧୭୦ରୁ ଊର୍ଦ୍ଧ୍ୱ ବିଧାୟକଙ୍କ ସମର୍ଥନରେ ବିଜେପି ସଂଖ୍ୟାଗରିଷ୍ଠତା ପ୍ରମାଣ କରିବ।

ଏନ୍‌ସିପିର ଲେଜିଲେଟିଭ୍‌ ପାର୍ଟି ନେତା ହିସାବରେ ଅଜିତ ପାଓ୍ଵାର ତାଙ୍କ ବିଧାୟକମାନଙ୍କ ସମର୍ଥନ ବିଷୟରେ ରାଜ୍ୟପାଳ ବିଏସ୍‌ କୋଶିୟାରିଙ୍କୁ ଚିଠି ଦେଇଛନ୍ତି। ଏହାର ଅର୍ଥ ସମସ୍ତ ଏନ୍‌ସିପି ବିଧାୟକ ଆମକୁ ସମର୍ଥନ କରୁଛନ୍ତି।

By amfnews

Related Post