Fri. Sep 11th, 2026

‘ଓ୍ଵାର୍’ର ସଫଳତା ପରେ ନିଜର ପାରିଶ୍ରମିକ ବଢ଼ାଇଲେ ଅଭିନେତା ରିତିକ୍ ରୋଶନ

241 Views

ମୁମ୍ବାଇ: ଲଗାତାର ଚାରିଟି ସୁପରହିଟ୍ ଫିଲ୍ମ ଦେବାପରେ ବଲିଉଡ ସୁପରଷ୍ଟାର ରିତିକ୍ ରୋଶନ ନିଜର ଫିସ୍ ବଢ଼ାଇଥିବା କୁହାଯାଉଛି। ଖାସକରି ତାଙ୍କ ଅଭିନୀତ ଫିଲ୍ମ ‘ଓ୍ଵାର୍’ ବକ୍ସ ଅଫସରେ ୪୩୦ କୋଟରୁ ଅଧିକ ଆୟ କରିବାପରେ ରିତିକ୍ ରୋଶନ ନିଜର ଫିସ୍ ବଢ଼ାଇଛନ୍ତି। ତେବେ ସେ ନୂଆ ସିନେମାପାଇଁ କେତେ ଟଙ୍କା ନେବେ ତାହା ଜଣାପଡ଼ିନାହିଁ, କାରଣ ନିକଟରେ ସେ କୌଣସି ଫିଲ୍ମ ସାଇନ୍ କରି ନାହାନ୍ତି।

NBT
ସୂଚନାଯୋଗ୍ୟ, ୨୦୦୦ ସମସିହାରେ ରିଲିଜ ହୋଇଥିବା ବ୍ଲକବଷ୍ଟର ମୁଭି ‘କହୋନା ପ୍ୟାର ହେ’ରୁ ଆରମ୍ଭ କରି ଗତ ୧୯ବର୍ଷ ହେଲାଣି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି ଅଭିନେତା ରିତିକ୍ ରୋଶନ । ଏହି ୧୯ବର୍ଷ ମଧ୍ୟରେ ସେ ଦର୍ଶକଙ୍କ ମନ ଜାଣି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଗତ କିଛି ଦିନ ତଳେ ତାଙ୍କ ଅଭିନୀତ ଫିଲ୍ମ ‘ଓ୍ଵାର୍’ ରିଲିଜ୍ ହୋଇଥିଲା , ଯାହା ୨୦୧୯ର ସବୁ ରେକର୍ଡକୁ ଭାଙ୍ଗି ଦେଇଥିଲା । ତା’ପୂର୍ବରୁ ତାଙ୍କ ଅଭିନୀତ ‘ସୁପର ୩୦’, ‘କାବିଲ’ ବି ସୁପରହିଟ୍ ହୋଇଥିଲା।

By amfnews

Related Post